ବିଶ୍ବର ସର୍ବବୃହତ ଝୋଟ ବ୍ୟାଗ୍‌ ସିଲେଇ କରି ରେକର୍ଡ ସୃଷ୍ଟି କଲେ ୯ ଦୃଷ୍ଟିହୀନ, ଗିନିଜ୍‌ ବୁକ୍‌ରେ ସାମିଲ ହେଲା ନାଁ

କୋଏମ୍ବାଟୁର : ଗିନିଜ୍‌ ବୁକ୍‌ରେ ନାଁ ସାମିଲ କରିବା ଓ ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ନେଇ ସଚେତନ କରିବା ପାଇଁ କୋଏମ୍ବାଟୁରର ୯ଜଣ ଦୃଷ୍ଟିହୀନ ଏକ ଭିନ୍ନ ପ୍ରୟାସ କରିଛନ୍ତି । ୬୬ଫୁଟ୍‌ ଉଚ୍ଚ ଓ ୩୩ଫୁଟ ଚଉଡ଼ାର ଝୋଟ ବ୍ୟାଗ୍‌ ତିଆରି କରି ରେକର୍ଡ଼ ସୃଷ୍ଟି କରିଛନ୍ତି  । ୯ ଦୃଷ୍ଟିହୀନଙ୍କ ଏହି କାମ ସଫଳ କରିବାରେ ସାହାଯ୍ୟ କରିଥିଲେ କିନ୍ନର ସମୁଦାୟର କିଛି ସଦସ୍ୟ ଓ କୋଏମ୍ବାଟୁରରେ ଥିବା ବୈଷୟିକ ଅନୁଷ୍ଠାନର କିଛି ଛାତ୍ର ।

Image result for guinness-record-nine-visually-challenged-people-stitch-worlds-largest-jute-bag-in-coimbatore
Indiatimes.com

ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ଯୁବା ଫାଉଣ୍ଡେସନର ଅଧ୍ୟକ୍ଷ ଶଶିକଳାଙ୍କ କହିବା ଅନୁଯାୟୀ, ଫାଉଣ୍ଡେସନର ୯ଜଣ ଦୃଷ୍ଟିହୀନ ପିଲା ୬୬ଫୁଟ୍‌ ଲମ୍ବା ଓ ୩୩ଫୁଟ୍‌ ଚଉଡ଼ା ଝୋଟ ବ୍ୟାଗ୍‌ ତିଆରି କରି ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛନ୍ତି । ଏଭଳି କରିବାରେ ସେମାନେ ପ୍ରଥମ ହୋଇଥିବାରୁ ଗିନିଜ୍‌ ବିଶ୍ୱ ରେକର୍ଡରେ ସେମାନଙ୍କ ନାଁ ସାମିଲ ହୋଇଛି ।  ସେମାନଙ୍କର ଏହି ଉଦ୍ୟମ  ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଅନୁପ୍ରାଣିତ କରିଛି। ପ୍ଲାଷ୍ଟିକ ପରିବର୍ତ୍ତେ ଝୋଟ ତିଆରି ଜିନିଷ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ଏହି କାର୍ଯ୍ୟ ଦ୍ୱାରା ସଚେତନତା ବାର୍ତ୍ତା ଦିଆଯାଇଛି।

ସମ୍ବନ୍ଧିତ ଖବର