ଗୁଜରାଟ: ଭାବନଗର-ଅହମଦାବାଦ ରାଜପଥରେ ଟ୍ରକ୍‌ ଓଲଟି ୧୯ ମୃତ; ସାତ ଆହତ

ନୂଆଦିଲ୍ଲୀ: ଶନିବାର ସକାଳେ ଗୁଜରାଟର ଅନ୍ତର୍ଗତ ଭାବନଗର- ଅହମଦାବାଦ ରାଜପଥ ଅଞ୍ଚଳର ବାଓ୍ଵଲ୍ୟାଲି ଗ୍ରାମ ନିକଟରେ ଗୋଟାଏ ଟ୍ରକ୍‌ ଓଲଟି ପଡ଼ିବାରୁ ପ୍ରାୟ ୧୯ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି।

ସିମେଣ୍ଟ୍‌ ବୋହି ନେଉଥିବା ଉକ୍ତ ଟ୍ରକ୍‌ରେ ଲୋକମାନେ ବସି ଯାତ୍ରା କରୁଥିବା ପ୍ରକାଶ। ଟ୍ରକ୍‌ଟି ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ଓଲଟି ପଡ଼ିବା ପରେ ନୟନଯୋଡ଼ିରେ ପଡ଼ିଯାଇଥିଲା।

ସ୍ଥାନୀୟ ପୁଲିସ ଓ ଜିଲ୍ଲା ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ଆହତମାନଙ୍କୁ ବାଓ୍ଵୟାଲି ଗ୍ରାମରେ ଥିବା ସିଭିଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଖୁବ୍‌ ଶୀଘ୍ର ମୃତ ବ୍ୟକ୍ତିମାନଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୧୨ ଜଣ ମହିଳା ଏବଂ ତିନି ଜଣ ପିଲା। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରା ହୋଇ ଯାଇଛି।

ବର୍ତ୍ତମାନ ପାଇଁ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ।

ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଛି ତାହା ଜାଣିବାକୁ ଘଟଣା ସ୍ଥଳରେ ପୁଲିସ ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର