କୃଷକଙ୍କ ବକେୟା ବିଜୁଳି ବିଲ୍ ଛାଡ କଲେ ଗୁଜୁରାଟ ସରକାର

ଗାନ୍ଧିନଗର : କଂଗ୍ରେସ କୃଷିଋଣ ଛାଡକୁ ନେଇ ଭୋଟର ମାନଙ୍କୁ ପ୍ରଲୋଭିତ କରିବାକୁ ଲାଗିଛି । ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାର ମାତ୍ର କିଛି ଘଣ୍ଟା ପରେ କୃଷିଋଣ ଛାଡ ସଂପର୍କରେ ଘୋଷଣା କରିଛନ୍ତି । ଆଜି ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃଷିଋଣ ଛାଡ କରିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି ।

ତେବେ ଆଗକୁ ନିର୍ବାଚନ ଥିବାରୁ ବିଜେପି ମଧ୍ୟ ପଛରେ ରହିବାକୁ ଚାହୁଁନାହିଁ । ଗୁଜୁରାଟରେ ବିଜେପି ସରକାର କୃଷକମାନଙ୍କର ପ୍ରାୟ ୬୫୦ କୋଟି ଟଙ୍କାର ବକେୟା ବିଜୁଳି ବିଲ୍‌ ଛାଡ ଲାଗି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଆଜି ଏ ସଂପର୍କରେ ଘୋଷଣା କରିଛନ୍ତି । ଗୁଜରାଟର ଗ୍ରାମାଞ୍ଚଳରେ ଥିବା ୬ ଲକ୍ଷ କୃଷକ ଏହା ଦ୍ୱାରା ଉପକୃତ ହେବାର ସମ୍ଭାବନା ରହିଛି । ଆହୁରି ମଧ୍ୟ ପୂର୍ବରୁ ବିଲ ବକେୟା ଥାଇ ଲାଇନ କଟିଯାଇଥିଲେ ମାତ୍ର ୫୦୦ ଟଙ୍କା ପୈଠ କରି ପୁଣି ବିଜୁଳି ସଂଯୋଗ ଦିଆଯିବ ବୋଲି ସରକାର କହିଛନ୍ତି ।

ସମ୍ବନ୍ଧିତ ଖବର