ଘର ଭିତରକୁ ପଶି ଆସିଥିବା ବିଷାକ୍ତ ସାପକୁ କାବୁ କଲେ ଗୁଜୁରାଟ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ଅହମ୍ମଦାବାଦ୍‌ : ଗୁଜୁରାଟର ଜଣେ କଂଗ୍ରେସ ବିଧାୟକ ଏବେ ଖୁବ୍‌ ଚର୍ଚ୍ଚାରେ । ସେ ରହୁଥିବା ଘରକୁ ବାଟ ବଣା ହୋଇ ଚାଲି ଆସିଥିବା ବିଷାକ୍ତ ସାପକୁ ହାତରେ କାବୁ କରିବା ସହ ଏହାର ଏକ ଭିଡ଼ିଓ ବନାଇଥିଲେ ଗୁଜୁରାଟର କଂଗ୍ରେସ ବିଧାୟକ ପରେଶ ଧନାନୀ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ସମସ୍ତେ ତାଙ୍କ ସାହାସକୁ ପ୍ରଶଂସା କରିଛନ୍ତି । ଭାଇରାଲ ହୋଇଥିବା ଭିଡ଼ିଓରେ ବିଧାୟକ ପରେଶ ଧନାନୀ ଏକ ବିଷାକ୍ତ ପ୍ରଜାତିର ସାପର ଲାଞ୍ଜକୁ ଧରିଛନ୍ତି । ଲାଞ୍ଜକୁ ଧରିବା ସହ ତାକୁ ଅତି ସହଜରେ କାବୁ କରି ନେଇଥିବା ଦେଖିବାକୁ ମିଳୁଛି । ଏହି ସାପକୁ କାବୁ କରିବା ପରେ ସାପଟିକୁ ପାଖ ଜଙ୍ଗଲରେ ଛଡ଼ା ଯାଇଥିବା କହିଛନ୍ତି ଧନାନୀଙ୍କ ମିଡ଼ିଆ କୋଡ଼ିନେଟର ହରେଶ ସିଶରା ।

ଅନ୍ୟ ପକ୍ଷରେ ଏହି ଘଟଣା ପରେ ଧନାନୀ ନିଜର ଫେସ୍‌ବୁକ୍‌ ଏବଂ ଟ୍ଵିଟର ଆକାଉଣ୍ଟକୁ ଯାଇ ରେକର୍ଡ଼ କରାଯାଇଥିବା ଭିଡ଼ିଓକୁ ଅପ୍‌ଲୋଡ଼ କରିଥିଲେ, ଯାହା ଏବେ ଭାଇରାଲ ହୋଇଛି । ଭିଡ଼ିଓ ଅପ୍‌ଲୋଡ଼ କରିବା ସହ ବିଷାକ୍ତ ପ୍ରଜାତିର ନାଗ ସାପଟି ବାଟ ଭୁଲି ଆମ ଘରକୁ ଆସି ଯାଇଥିଲା । ମୁଁ ଜାଣିଛି ସାପକୁ କିପରି କାବୁ କରାଯାଏ ବୋଲି ଲେଖିଥିଲେ ।

ସମ୍ବନ୍ଧିତ ଖବର