ଅହମଦାବାଦ୍: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଧୂଅାଁଧାର ପ୍ରଚାର କାର୍ଯ୍ୟକ୍ରମରେ ଗତକାଲି ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ଆସନ୍ତାକାଲି ୯୩ଟି ଆସନରେ ଭୋଟ୍ ଗ୍ରହଣ ହେବ। କେନ୍ଦ୍ରୀୟ ଏବଂ ଉତ୍ତର ଗୁଜରାଟର ସମୁଦାୟ ୧୪ଟି ଜିଲ୍ଲାରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି ସରିଛି। ପ୍ରାୟ ୧ ହଜାରରୁ ଅଧିକ ସ୍ପର୍ଶକାତର ବୁଥ୍ରେ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି ହୋଇଛି। ଶେଷ ପର୍ଯ୍ୟାୟରେ ୮୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ରାଜ୍ୟର ୨.୨୨ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଗୁଜରାଟ ନିର୍ବାଚନରେ ଜୟ ପରାଜୟକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବାବେଳେ ଏହା ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଛି। ଏଥର ନିର୍ବାଚନ ମୋଦିଙ୍କ ଲାଗି ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ରାହୁଲଙ୍କ ଭବିଷ୍ୟତ ରାଜନୀତି ପାଇଁ ମଧ୍ୟ ଏହା ନିର୍ଣ୍ଣାୟକ ହେବ। ୨୦୧୨ ବିଧାନସଭା ନିର୍ବାଚନରେ ବିଜେପି ୧୧୫ଟି ଆସନରେ ବିଜୟ ଲାଭ କରିଥିବାବେଳେ କଂଗ୍ରେସ ୬୧ଟି ଆସନରେ ସୀମିତ ରହିଥିଲା। ମୋଦି ତାଙ୍କ ଗୃହ ରାଜ୍ୟରେ ଏଥର ସମୁଦାୟ ୩୪ଟି ର୍ୟାଲିରେ ଯୋଗ ଦେଇଥିବାବେଳେ ରାହୁଲ ୩୦ଟି ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ୩୧ଟି ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି।
ଗୁଜରାଟ ନିର୍ବାଚନ:ଶେଷ ପର୍ଯ୍ୟାୟ ଭୋଟ୍ ଆଜି
୮୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
/sambad/media/post_attachments/wp-content/uploads/2017/12/01evm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)