ସ୍ତ୍ରୀର ଦାଢ଼ି ଥିବା କହି ଛାଡ଼ପତ୍ର ନେବାକୁ ଚାହୁଁଥିଲା ସ୍ୱାମୀ,ଆବେଦନ ଖାରଜ କଲେ ଅଦାଲତ

ଅହମମ୍ମଦାବାଦ୍‌ : ସ୍ତ୍ରୀର ଦାଢ଼ି ଅଛି ଏବଂ ସେ ପୁରୁଷଙ୍କ ଭଳି କଥା ହେଉଛି ବୋଲି ଅଭିଯୋଗ କରି ଛାଡ଼ପତ୍ର ପାଇଁ ଆବେଦନ କରିଥିବା ସ୍ୱାମୀର ମାମଲାକୁ  ଖାରଜ କରିଛି ଅହମ୍ମଦାବାଦର ଏକ ଅଦାଲତ । ବ୍ୟକ୍ତିଜଣଙ୍କ ନିଜର ଛାଡ଼ପତ୍ର ଆବେଦନ ପତ୍ରରେ ବିବାହ ସମୟରେ ମୋତେ ଏ ସଂପର୍କରେ ଜଣା ନ ଥିବା ଲେଖିଛନ୍ତି । ବିବାହ ପୂର୍ବରୁ ମୋତେ ଏ ସଂପର୍କରେ ନ ଜଣାଇ ମୋତେ ମୋ ଶାଶୁଘର ଲୋକ ଧୋକା ଦେଇଛନ୍ତି । ବିବାହ ପୂର୍ବରୁ ମୁଁ ଯେତେବେଳେ ମୋ ସ୍ତ୍ରୀଙ୍କୁ ଦେଖା କରିବାକୁ ଯାଇଥିଲି ପରମ୍ପରା ଅନୁଯାୟୀ ସେ ବୁର୍‌ଖା ପିନ୍ଧି ଆସିଥିଲେ, ଯାହା ଫଳରେ ତାଙ୍କ ମୁହଁରେ ଥିବା କେଶକୁ ମୁଁ ଦେଖି ପାରି ନ ଥିଲି ।

DNA India

ହେଲେ ବିବାହ ପରେ ଏହା ଜାଣି ମୁଁ ମୋ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଚାହୁଁଛି ବୋଲି ଆବେଦନ ପତ୍ରରେ ଲେଖିଥିଲେ । ଅନ୍ୟ ପକ୍ଷରେ ସ୍ୱାମୀଙ୍କ ଅଭିଯୋଗ ଉପରେ ଭିନ୍ନ ମତ ରଖିଛନ୍ତି ସ୍ତ୍ରୀ । ତାଙ୍କ କହିବା ଅନୁଯାୟୀ ହର୍‌ମୋନ ସମ୍ବନ୍ଧିତ ଅସୁବିଧା ହୋଇଥିବାରୁ ଏହାର ଚିକିତ୍ସା ସମ୍ଭବ । କିନ୍ତୁ ଏହା ଜାଣି ମଧ୍ୟ ମୋତେ ଘରୁ ବାହାର କରିବା ପାଇଁ ମୋ ସ୍ୱାମୀ ଏଭଳି କରିଛନ୍ତି । ଦୁଇଟି ପକ୍ଷ ଶୁଣିବା ପରେ ଅହମ୍ମଦାବାଦ୍‌ ଅଦାଲତ ବ୍ୟକ୍ତିଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର