ଭଲ ବର୍ଷା ପାଇଁ ୩୩ ଜିଲ୍ଲାରେ ୪୧ ଯଜ୍ଞ ପାଇଁ ଯୋଜନା କରୁଛି ଗୁଜରାଟ

ଗାନ୍ଧୀନଗର: ରାଜ୍ୟବ୍ୟାପୀ ପ୍ରଚଣ୍ଡ ଖରା ଯୋଗୁଁ ଜଳ ସମ୍ପଦ ହରାଇ ହତାଶ ହୋଇ ପଡ଼ି ଥିବା ଗୁଜରାଟ ସରାକର ଏ ବର୍ଷ ମୌସୁମିରେ ଭଲ ବର୍ଷା ପାଇଁ ‘ଦୈବି ହସ୍ତକ୍ଷେପ’ ଲୋଡ଼ିଛନ୍ତି।

ଭଗବାନ ଇନ୍ଦ୍ର ଏବଂ ଭଗବାନ ବରୁଣଙ୍କୁ ସନ୍ତୁଷ୍ଟ କରିବାକୁ ମେ’ ୩୧ ତାରିଖ ଦିନ ୩୩ ଜିଲ୍ଲା ଏବଂ ଆଠଟି ମୁଖ୍ୟ ସହରରେ ୪୧ଟି ପର୍ଜାନ୍ୟ ଯଜ୍ଞ କରାଇବାକୁ ସ୍ଥିର କରିଛନ୍ତି ବିଜୟ ରୁପାନି ନେତୃତ୍ୱାଧୀନ ବିଜେପି ସରକାର।

ଏହା ବ୍ୟତୀତ ଗୁଜରାଟ ସରକାର ମାସେ ହେବ ଚଳାଇଥିବା ‘ସୁଜଳାମ୍‌ ସୁଫଳାମ୍‌ ଜଳ ଅଭିଯାନ’ର ଉଦ୍‌ଯାପନ ମଧ୍ୟ ଏହି ଯଜ୍ଞାନୁଷ୍ଠାନ ଦ୍ୱାରା କରାଯିବ। ଆଗାମୀ ମୌସୁମିରେ ଅଧିକ ଜଳ ଅମଳ କରିବାକୁ ଏହି ଅଭିଯାନରେ ନଦୀ, ହ୍ରଦ, ପୁଷ୍କରିଣୀ, ନାଳ ଆଦିରୁ ପଙ୍କୋଧାର କରିବା ସହ ଗହିରିଆ କରାଯାଇଛି।

ବୁଧବାର ଦିନ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଯଜ୍ଞାନୁଷ୍ଠାନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା।

ଏ ବର୍ଷ ଗ୍ରୀଷ୍ମରେ ଗୁଜରାଟରେ ଜଳ ସଙ୍କଟ ଅତି ଉତ୍କଟ ହୋଇଛି। ରାଜ୍ୟବ୍ୟାପୀ ଥିବା ୨୦୪ ଜଳଭଣ୍ଡାରରେ ସେମାନଙ୍କ ସମୁଦାୟ ଜଳଧାରଣ କ୍ଷମତାର ୨୫, ୨୨୭ ମାତ୍ର ୨୯% ଜଳ ରହିଛି।

ସମ୍ବନ୍ଧିତ ଖବର