ନୂଆଦିଲ୍ଲୀ: ନୂଆ ମୋଟରଯାନ ନିୟମ ପରେ ପୁଲିସ- ପବ୍ଲିକ ମଧ୍ୟରେ ଛକାପଞ୍ଝା ଚାଲିଛି । ନିୟମରେ ଟିକେ ଭୁଲ ହେଲେ ସମସ୍ତଙ୍କୁ ଜରିମାନା ଦେବାର ଭୟ ଘାରିଛି । ତେଣୁ ଫାଇନ ଡରରେ ରାସ୍ତା ଉପରକୁ ଗାଡି କାଢିବାକୁ କେହି ଚାହୁଁନାହାନ୍ତି ।
/sambad/media/post_attachments/wp-content/uploads/2019/09/motor_vehicle_act_1568093046_725x725-300x168.jpeg)
Gujarat: R Shah, a resident of Vadodara has pasted his driving license, RC, insurance & other documents on his helmet. Says, "Helmet is the first thing I put on before riding a bike, that's why I pasted all documents on it so I don't face any fines as per new traffic regulations" pic.twitter.com/OezdsV1ONT
— ANI (@ANI) September 10, 2019
/sambad/media/post_attachments/wp-content/uploads/2019/09/download-1-6-300x158.jpg)
ସେପ୍ଟେଟର ୧ ପରେ ଜରିମାନା ଡରରେ କିଏ ଗାଡି ଜାଳି ଦେଉଛି ତ ଆଉ କିଏ ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ନ୍ୟାୟରେ ଜରିମାନା ପଡିବା ପରେ ରାସ୍ତାରେ ଗାଡି ଛାଡି ପଳାଉଛି । ତେବେ ଏତିକି ବେଳେ ସାମ୍ନାକୁ ଆସିଛି ଡକ୍ୟୁମେଣ୍ଟ ମ୍ୟାନଙ୍କ କାହାଣୀ । ଯାହାଙ୍କୁ ଟ୍ରାଫିକ ପୁଲିସ ଧରିବା ପୂର୍ବରୁ ସେ ନିଜ ହେଲମେଟରେ ଗାଡିର ସବୁ କାଗଜ ପତ୍ର ଚିପକେଇ ବୁଲୁଛନ୍ତି ।
ତେବେ ଗୁଜୁରାଟ ଭଦୋଦରାର ରାମ ଶାହା ପେସାରେ ଜଣେ ଇନସ୍ୟୁରାନ୍ସ ଏଜେଣ୍ଟ । ନୂଆ ନିୟମ ଲାଗୁ ପରେ କାଳେ ଟ୍ରାଫିକ ହାବୁଡରେ ପଡିଲେ ଜରିମାନା ଗଣିବାକୁ ପଡିବ ତେଣୁ ସେ ନିଜ ହେଲମେଟରେ ସବୁ କାଗଜପତ୍ର ଲଗାଇ ବୁଲୁଛନ୍ତି । ହେଲମେଟ ଉପରେ ଡ୍ରାଇଭିଂ ଲାଇସେନ୍ସ, ଗାଡି ଇନସ୍ୟୁରାନ୍ସ, ଆରସି ଏବଂ ପ୍ରଦୂଷଣ ସାର୍ଟିଫିକେଟ ଲଗାଇ ବୁଲୁଛନ୍ତି । ତେବେ ଜରିମାନା ଜାଲରୁ ବର୍ତ୍ତିବାକୁ ରାମ ଶାହା ଏଭଳି ଅଭିନୟ ଉପାୟ ଆପଣେଇଥିବା କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/pjimage-2019-09-10T135631.228.jpg)