ଗୁଜରାଟ ପରିଣାମ ବିଲେଇ ବେକରେ ଘଣ୍ଟି ବାନ୍ଧିଲା: ମମତା

ନୂଆଦିଲ୍ଲୀ : ବିଜେପିର ବିଜୟକୁ ନେଇ ବିରୋଧୀ ଦଳ ନେତାମାନେ ସେମାନଙ୍କ ପ୍ରତିକ୍ରିୟା ରଖିଥିବା ବେଳେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଗୁଜରାଟ ନିର୍ବାଚନ ପରିଣାମ ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ ସକ୍ଷମ ହୋଇଛି। ଏଭଳି ସନ୍ତୁଳିତ ଜନାଦେଶ ପାଇଁ ମୁଁ ଗୁଜରାଟ ଜନତାଙ୍କୁ ଧନ୍ୟବାଦ ଦେଉଛି ବୋଲି ମମତା କହିଛନ୍ତି। ଗୁଜରାଟରେ ଭୟ, ଅତ୍ୟାଚାର ଏବଂ ଅନ୍ୟାୟ ବିରୋଧରେ ଜନସାଧାରଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ମମତା କହିଛନ୍ତି। ଏହି ବିଜୟ କେବଳ ବିଜେପିକୁ ମୁଖ୍ୟ ଲଜ୍ଜାରୁ ରକ୍ଷା କରିଥିଲେ ମଧ୍ୟ ଦଳ ପାଇଁ ଏହା ନୈତିକ ପରାଜୟ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର