ନୂଆଦିଲ୍ଲୀ: ଗୁଜରାଟରେ ରାଜ୍ୟସଭାର ଖାଲି ହୋଇଥିବା ଦୁଇଟି ଆସନରେ ଏକ ସଂଗରେ ନିର୍ବାଚନ କରାଇବା ଦାବିରେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା କଂଗ୍ରେସକୁ ଆଜି ବଡ଼ ଝଟ୍କା ଲାଗିଛି। ଏହି ମାମଲାରେ କୌଣସି ହସ୍ତକ୍ଷେପ କରିବାକୁ ଆଜି ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି ଏବଂ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଅନୁଯାୟୀ ହିଁ ସେଠାରେ ପୃଥକ ନିର୍ବାଚନ ହେବା ସ୍ପଷ୍ଟ ହୋଇଯାଇଛି। ବିଜେପି ସଭାପତି ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବାପରେ ଏହି ଦୁଇ ଆସନ ଖାଲି ପଡ଼ିଥିଲା। ସୁପ୍ରିମ୍ କୋର୍ଟ ଗୁଜରାଟ କଂଗ୍ରେସକୁ କହିଛନ୍ତି ଯେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏଭଳି ପ୍ରସଙ୍ଗରେ ଆମେ କୌଣସି ହସ୍ତକ୍ଷେପ କରିବୁ ନାହିଁ। ଏ ବାବଦରେ ଗୁଜରାଟ ହାଇକୋର୍ଟରେ ନିର୍ବାଚନୀ ପିଟିସନ ଦାଖଲ କରିବାକୁ ସୁପ୍ରିମ୍ କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ ଗୁଜରାଟ ବିଧାନସଭାର ୧୮୩ ଆସନରୁ ଏବେ ବିଜେପି ଦଖଲରେ ୧୦୦ ଏବଂ କଂଗ୍ରେସ ନିକଟରେ ୭୧ ଆସନ ରହିଛି ।
ଗୁଜରାଟ ରାଜ୍ୟସଭା ନିର୍ବାଚନ: ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମ୍ କୋର୍ଟ
ପୃଥକ୍ ନିର୍ବାଚନ ହେବ
/sambad/media/post_attachments/wp-content/uploads/2019/06/images-30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)