ଗୁଜରାଟ ବନ୍ଦରରେ ବିଷାକ୍ତ ଗ୍ୟାସ୍‌ ଲିକ, ୨ ଚୀନ୍‌ ନାବିକ ମୃତ

ନୂଆଦିଲ୍ଲୀ: ଗୁଜରାଟର ନଭଲାକ୍ଷୀ ବନ୍ଦରରେ ଏକ ପଣ୍ୟବାହୀ ଜାହାଜରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଫଳରେ ଦୁଇ ଜଣ ଚୀନ୍‌ ନାବିକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଜାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ମୁତାବକ, ଏହି ଜାହାଜ ଇଣ୍ଡୋନେସିଆରୁ କୋଇଲା ନେଇ ଗୁଜରାଟର ମୋରବୀକୁ ଆସିଥିଲା। ତେବେ ଦୀର୍ଘଦିନ ହେବ କୋଇଲା ବନ୍ଦ ହୋଇ ରହିବା ପରେ ହଠାତ୍‌ ନାବିକ ଉକ୍ତ କଣ୍ଟେନରକୁ ଖୋଲିବାରୁ ସେଥିରୁ ବାହାରିଥିବା ବିଷାକ୍ତ ଗ୍ୟାସ୍‌ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା।

ସମ୍ବନ୍ଧିତ ଖବର