ଗୁଜୁରାଟରେ ଲୋକସଭା ନିର୍ବାଚନରେ ୨୦୧୪ର ସଫଳତା ଦୋହରାଇବ ବିଜେପି!

ଗାନ୍ଧୀନଗର: ୨୦୧୪ରେ ବିଜେପି ଗୁଜୁରାଟରେ ଲୋକସଭା ନିର୍ବାଚନରେ ୨୬ରୁ ୨୬ଟି ଆସନରେ ବିଜୟୀ ହୋଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ସମାନ କଥା ଘଟିବ ବୋଲି ଚର୍ଚ୍ଚା ହେଉଛି। ଗତଥର ଗୁଜୁରାଟରୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଲଢିଥିଲେ, ଯାହାର ସୁପରିଣାମ ଦଳକୁ ମିଳିଥିଲା। ଏଥର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁଜୁରାଟର ଗାନ୍ଧୀନଗର ଆସନରୁ ନିର୍ବାଚନ ଲଢୁଥିବା ହେତୁ ଏହାର ସୁପରିଣାମ ଦଳକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଅବଶ୍ୟ ୨୦୧୭ ବିଧାନସଭା ନିର୍ବାଚନରେ ଗୁଜୁରାଟରେ ବିଜେପିକୁ କ୍ଷମତାକୁ ଫେରିବା ଲାଗି ବେଶ୍‌ କଷ୍ଟ କରିବାକୁ ପଡ଼ିଥିଲା।

photo-jansatta

ବିଜେପି ମୁଖପାତ୍ର ଭରତ ପାଣ୍ଡେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ବି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ରହିବେ। ହାର୍ଦ୍ଦିକ ପଟେଲ କଂଗ୍ରେସର ଯୋଗ ଦେବା ପରେ ପାଟିଦାର ନେତାମାନେ ଏଥି ନେଇ କ୍ଷୁବ୍ଧ ଅଛନ୍ତି। ଠିକ୍‌ ସେହିପରି କୃଷକମାନେ ମଧ୍ୟ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି ଓ ବିଜେପିକୁ ସମର୍ଥନ କରିବେ ବୋଲି ଭରତ ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର