ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଅନ୍ୟୂନ ୧୪ ଜଣ ବସ୍‌ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ବନ୍ଧୁକଧାରୀ

କ୍ୱେଟା: ଗୁରୁବାର ଦିନ ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ବସ୍‌ରୁ ବଳପୂର୍ବକ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଅନ୍ୟୂନ ୧୪ ଜଣ ନିହତ ହୋଇଛନ୍ତି।

ଆକ୍ରମଣକାରୀମାନେ ପରାମିଲିଟାରି ଫ୍ରଣ୍ଟିୟର୍‌ କର୍ପସ୍‌ମାନଙ୍କ ୟୁନିଫର୍ମ ପିନ୍ଧିଥିଲେ ବୋଲି ପ୍ରାଦେଶିକ ଗୃହ ସଚିବ ହାଇଦର ଅଲି କହିଛନ୍ତି।
ସେ କହିଛନ୍ତି: ମାକାରନ କୋଷ୍ଟାଲ୍‌ ହାଇେଓ୍ଵରେ ବସ୍‌ଗୁଡ଼ିକୁ ଅଟକାଇ ୧୪ ଜଣ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଉପକୂଳବର୍ତ୍ତୀ ସହର ଓରମାରାରୁ କରାଚୀ ଅଭିମୁଖେ ସମ୍ପୃକ୍ତ ବସ୍‌ଗୁଡ଼ିକ ଯାଉଥିଲା।

ଆକ୍ରମଣ ପାଇଁ ହଠାତ୍‌ କୌଣସି ଦଳ ନିଜକୁ ଦାୟି କରି ନାହାନ୍ତି।

ଗତ ସପ୍ତାହରେ ପ୍ରାଦେଶିକ ରାଜଧାନୀ କ୍ୱେଟ୍ଟାରେ ଆତ୍ମଘାତୀ ବୋମା ବିସ୍ଫୋରଣ ଯୋଗୁଁ ୨୦ ଜଣ ବ୍ୟକ୍ତି ନିହତ ହୋଇଥିଲେ।

ଏଥିରେ ଜଣେ ନୌସେନା ଅଧିକାରୀ ଏବଂ ତଟରକ୍ଷୀ ସଦସ୍ୟ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର