ସାମ୍ବାଦିକ ହତ୍ୟା ମାମଲାରେ ଗୁରୁମିତ ରାମରହିମ ଦୋଷୀସାବ୍ୟସ୍ତ ,୧୭ରେ ଦଣ୍ଡ ଘୋଷଣା

ନୂଆଦିଲ୍ଲୀ : ପଞ୍ଚକୁଲା (ହରିୟାଣା)ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିବାଦୀୟ ଧର୍ମଗୁରୁ ଗୁରୁମିତ ରାମରହିମଙ୍କୁ ୨୦୦୨ ମସିହାରେ ହୋଇଥିବା ସମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଆସନ୍ତା ୧୭ ତାରିଖରେ କୋର୍ଟ ଦଣ୍ଡଘୋଷଣା କରିବେ ।

୨୦୦୨ ମସିହା ନଭେମ୍ବର ୨୧ ତାରିଖରେ ରାମରହିମଙ୍କ ନିର୍ଦ୍ଦେଶରେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କୁ ଶୀର୍ଷା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା । ରାମରହିମ ବର୍ତ୍ତମାନ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ କାରାଦଣ୍ଡ ଭୋଗୁଛନ୍ତି। ଜଣେ ସାଧ୍ବୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମିତ୍ ରାମ ରହିମ ସିଂହ ଏହି ଜେଲ୍ ଦଣ୍ଡ ଭୋଗୁଛନ୍ତି । ଏହି ମାମଲାରେ ୨୦୧୭ ମସିହା ଅଗଷ୍ଟ ମାସରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମରହିମଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ ।

ସମ୍ବନ୍ଧିତ ଖବର