ଗୁରୁମିତ ରାମ ରହିମଙ୍କ ସହିତ ଜଡ଼ିତ ଥିବା ୪୦ଜଣଙ୍କ ନାମରେ ଠକେଇ ଓ ଦାଦାବଟି ଆଦାୟ ଅଭିଯୋଗ

ସିର୍‌ସା: ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ଜେଲରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମରହିମଙ୍କୁ ବିବାଦ ପିଛା ଛାଡୁନାହିଁ। ହରିୟାଣା ପଞ୍ଚକୁଲା ପୁଲିସ ଜଣେ ବିଲଡରଙ୍କ ଅଭିଯୋଗ କ୍ରମେ, ରାମ ରହିମଙ୍କ ଓକିଲ ସମେତ ୪୦ଜଣଙ୍କ ନାମରେ ଠକେଇ, ଲୁଟପାତ ଆଦି ମାମଲା ରୁଜୁ କରିଛି।

ଡେରା ସଚ୍ଚା ସୌଦା ସହିତ ଜଡ଼ିତ ଥିବା ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଜଣେ ବିଲଡରଙ୍କୁ ଧମକ ଦେବା, ନକଲି ଏଗ୍ରିମେଣ୍ଟରେ ସାଇନ୍‌ କରିବା, ୪୦ଲକ୍ଷ ଟଙ୍କା ଲୁଟି ନେବା, ଦାଦାବଟି ଆଦାୟ ସହିତ ୮୦କୋଟି ଟଙ୍କାର ୧୨.୬ଏକର ଜମି ହଡ଼ପ କରିବା ଅଭିଯୋଗ ହୋଇଛି। ଏହି ଅଭିଯୁକ୍ତଙ୍କ ମଧ୍ୟରେ ରାମ ରହିମଙ୍କ ଆଇନଜୀବୀ ଗର୍ଗ ନରଓ୍ଵାନା ମଧ୍ୟ ସାମିଲ ଅଛନ୍ତି। ପୁଲିସ ଏହି ୪୦ଜଣଙ୍କ ନାମରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ଧାରା ୪୨୦,୩୮୩,୫୦୬, ୧୨୦ବି, ୪୬୫, ୪୮୭,୪୬୮ ଓ ୪୮୧ରେ ମାମଲା ରୁଜୁ କରିଛି। ବିଲଡରଙ୍କ ଅଭିଯୋଗ କ୍ରମେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲେ ହେଁ ଏଯାବତ୍‌ କାହାରିକୁ ଗିରଫ କରିନାହିଁ।

ସମ୍ବନ୍ଧିତ ଖବର