‘ଆଜାନ୍‌’ ବିରୋଧରେ ପ୍ରତିବାଦ କରାଯିବାରୁ ମସ୍‌ଜିଦ୍‌ ସିଲ୍‌ କଲେ ଗୁରୁଗ୍ରାମ ଅଧିକାରୀ

ଗୁରଗ୍ରାମ: ଡାକବାଜି ଯନ୍ତ୍ରରେ ‘ଆଜାନ୍‌’ ବାଜଣା ବିରୋଧରେ ଗତ ସପ୍ତାହରେ ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିବା ପରେ ବୁଧବାର ଦିନ ଗୁରୁଗ୍ରାମ ଅନ୍ତର୍ଗତ ଶୀତଳ କଲୋନିରେ ଏକ ମସ୍‌ଜିଦ୍‌କୁ ସିଲ୍‌ କରାଯାଇଛି। କିନ୍ତୁ, ମୁସଲ୍‌ମାନ ସମ୍ପ୍ରଦାୟରୁ ଅଭିଯୋଗ ଉଠିବା ପରେ ଗୁଡ଼ଗାଓଁର ପୌର ନିଗମ କହିଛି ଯେ ମସ୍‌ଜିଦ୍‌ଟି ଏକ ଅସ୍ତ୍ରାଗାରର ୩୦୦ ମିଟର୍‌ ପରିଧି ମଧ୍ୟରେ ଥିବାରୁ ତାହାକୁ ସିଲ୍‌ କରାଯିବାର ଥିଲା। ଗତ ସପ୍ତାହରେ ସ୍ଥନୀୟ ଅଧିବାସୀମାନେ ଅଭିଯୋଗ କରିବାରୁ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା।

ଜଣେ ଅଧିକାରୀ କହିଛନ୍ତି ନବ ନିର୍ମିତ ମସ୍‌ଜିଦ୍‌ଟି ଭାରତୀୟ ବାୟୁସେନାର ଅସ୍ତ୍ରାଗାର ଥିବା ନିଷିଦ୍ଧ ପରିଧି ମଧ୍ୟରେ ଆସୁଛି। ଏହା ଛଡ଼ା ଅସ୍ତ୍ରାଗାରର ୩୦୦ ମିଟର ପରିଧି ମଧ୍ୟରେ ଆସୁଥିବା ଆଉ ୧୧ଟି ନବନିର୍ମିତ କୋଠା ମଧ୍ୟ ସିଲ୍‌ କରାଯାଇଛି।

ଏହାର ପ୍ରତିବାଦରେ ବହୁ ସଂଖ୍ୟକ ଲୋକେ ଏକତ୍ର ହୋଇ ଗୁଡ଼ଗାଓଁ ପୌର ନିଗମ ଏବଂ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଧାରଣା ଦେଇଥିଲେ। ଏହା ଉଦ୍ଦେଶ୍ୟମୂଳକ ବୋଲି ମୁସ୍‌ଲିମ୍‌ ଏକତା ମଞ୍ଚର ଅଧ୍ୟକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର