ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଚେତାଇବା ଲାଗି ଗବ୍‌ବର୍‌ ସିଂହ ଓ ସାମ୍ଭାଙ୍କୁ ମୁତୟନ କଲା ଗୁରୁଗ୍ରାମ ଟ୍ରାଫିକ୍‌ ପୁଲିସ

ଗୁରୁଗ୍ରାମ: ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନତା ପ୍ରଚାର ଲାଗି ଗୁରୁଗ୍ରାମ ଟ୍ରାଫିକ୍‌ ପୋଲିସ୍‌ ଆଣ୍ଡ୍‌ ରୋଡ୍‌ ସେଫ୍‌ଟି ଅର୍ଗାନାଇଜେସନ୍‌ ମୁତୟନ କରିଛି ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ର ‘ସୋଲେ’ର ଚରିତ୍ର ଗବ୍‌ବର୍‌ ସିଂହ ଓ ସାମ୍ଭାଙ୍କୁ।

ଦୀପକ ଓ ଅରୁଣ ନାମକ ଦୁଇ ଜଣ ଛାତ୍ର ଗବ୍‌ବର୍‌ ସିଂହ ଓ ସାମ୍ଭାଙ୍କ ଭଳି ବେଶପୋଷାକ ସାଜି ଗୁରୁଗ୍ରାମରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସଡ଼କ ସୁରକ୍ଷା ଶିକ୍ଷା ଦେଉଥିଲେ। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ପରିଣତି କ’ଣ ହେବ ବୋଲି ଗବ୍‌ବର ସିଂହ ପଚାରୁ ଥିବା ପ୍ରଶ୍ନର ଉତ୍ତର ଦେଉଛି ସାମ୍ଭା।

ଗୁରୁଗ୍ରାମର ହୁଡ଼ା ସିଟି ସେଣ୍ଟର୍‌ ଇଣ୍ଟର୍‌ଜକ୍‌ସନ୍‌ ଠାରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇ ଗବ୍‌ବର୍‌ ସିଂହ ଓ ସାମ୍ଭା ଚେତାବନୀ ଦେଉଛନ୍ତି।

ଗବ୍‌ବର୍‌ ସିଂହ ପଚାରୁଛି: ଆରେ ଓ ସାମ୍ଭା, ୟେ ବତା କି ବିନା ହେଲ୍‌ମେଟ୍‌ ୟା ବିନା ସିଟ୍‌ ବେଲ୍‌ଟ୍‌ ଲଗାୟେ ଯା ରହା ହୈ, ଇସେ ଫାୟେଦା ହୈ ୟା ନୁକ୍‌ସାନ୍‌।

ସାମ୍ଭା ଜବାବ ଦେଉଛି: ବିନା ହେଲ୍‌ମେଟ୍‌ କେ ଗମ୍ଭୀର ଚୋଟ୍‌ ଲଗ୍‌ ସକ୍‌ତି ହୈ। କୋମା ମୈଁ ଜାନେ କେ ସାଥ୍‌ ଜାନ୍‌ ବି ଯା ସକ୍‌ତି ହୈ।
ଟ୍ରାଫିକ୍‌ ନିୟମ ମାନିଲେ କି ଉପକାର ହେବ ସେ କଥା ଗବ୍‌ବର୍‌ ପଚାରିବାରୁ ସାମ୍ଭା କହିଲା: ହେଲ୍‌ମେଟ୍‌ ପେହେନ୍‌ନେ ସେ ହାଦ୍‌ସେ ମେ ସର୍‌ ମେ ଚୋଟ୍‌ ଲଗ୍‌ନେ କେ ଚାନ୍‌ସେସ୍‌ ବେହଦ୍‌ କମ୍‌ ହେ। ଇସେ ଜାନ୍‌ ବଚ୍‌ ଜାୟେଗି ଓ୍ଵର୍‌ ପରିବାର୍‌ କୋ ଭି ଜ୍ୟାଦା ଦୁଃଖ୍‌ ୟା ପରେସାନି ନହିଁ ଝେଲ୍‌ନି ରହେଗି।

ଗୁରୁଗ୍ରାମ ଟ୍ରାଫିକ୍‌ ଏସିପି ଜୟ ସିଂହ କହନ୍ତି: ଏ ଅଭିଯାନ କେବଳ ଟ୍ରାଫିକ୍‌ ନିୟମ ସଚେତନତା ପ୍ରସାର କରିବା ଲାଗି ନୁହେଁ, କୌଣସି ଦୁର୍ଘଟନାରେ ସେମାନଙ୍କ ଜୀବନ ବଞ୍ଚାଇବା ଲାଗି ମଧ୍ୟ।

ସମ୍ବନ୍ଧିତ ଖବର