ଗୁଟ୍‌କା ଦୁର୍ନୀତି: ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଡିଜିପିଙ୍କ ଘରେ ସିବିଆଇ ଚଢ଼ାଉ

ଚେନ୍ନାଇ: ଗୁଟ୍‌କା ଦୁର୍ନୀତି ସହ ମମ୍ପୃକ୍ତ ଥିବା ମାମଲାରେ ବୁଧବାର ଦିନ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ ବିରାଟ ତଲାସି ଅଭିଯାନ ଆରମ୍ଭ କରିବାପୂର୍ବକ ତାମିଲନାଡୁରେ ଅନ୍ୟୁନ ୪୦ ସ୍ଥାନରେ ଚଢ଼ାଉ କରିଛି।

ତାମିଲନାହୁ ପୁଲିସ ଡିଜିପି ଟିକେ ରାଜେନ୍ଦ୍ରନ୍‌ଙ୍କ ମୋଗାପ୍ପାଏର୍‌, ପୂର୍ବତନ ଡିଜିପି ଏସ୍‌ ଜର୍ଜଙ୍କ ମଦୁରବୋୟାଲ୍‌ ନିକଟ, ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟ ଭାସ୍କର ଏବଂ ଅନ୍ୟ ପୁଲିସ ଅଧିକାରୀମାନଙ୍କ ବାସ ଭବନ ମଧ୍ୟ ତଲାସ କରାଯାଉଛି।

ରାଜ୍ୟ ବାହାରକୁ ମଧ୍ୟ ତଲାସି ବ୍ୟାପିଥିବା କଥା ସିବିଆଇ ଅଧିକାରୀମାନେ କହିଥିଲେ ବି ଅଭିଯାନ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଏ ଭଳି ସ୍ଥିତିରେ ପ୍ରକୃତ ସ୍ଥାନ ଉଲ୍ଲେଖ କରି ନାହାନ୍ତି।

୨୫୦ କୋଟି ଟଙ୍କାର ଟିକସ ଛାଡ଼ ପାଇଥିବା ତାମିଲନାଡୁ ଗୁଟ୍‌କା ଆଦି ନିର୍ମାତା କମ୍ପାନିଗୁଡ଼ିକର ଗୋଦାମ, ଅଫିସ୍‌ ଏବଂ ବାସଭବନ ସିବିଆଇ ରେଡ୍‌ କରିବା ପରେ ଜୁଲାଇ ୮ ତାରିଖ ୨୦୧୭ରେ ଦୁର୍ନୀତି କଥା ପଦାରେ ପଡ଼ିଥିଲା।

୨୦୧୩ରେ ତାମିଲନାଡୁ ସରକାର, ଗୁଟ୍‌କା ଓ ପାନମସଲା ସମେତ ଚୋବାଇ ଖାଇବା ପାଇଁ ପ୍ରସ୍ତୁତ ଟବାକୋ ବିକ୍ରୟ କରିବା ଓ ଗଚ୍ଛିତ ଗଚ୍ଛିତ ରଖିବା ବନ୍ଦ କରିଥିଲେ। ଜଣେ ଡିଏମ୍‌କେ ନେତାଙ୍କ ଆବେଦନ କ୍ରମେ ଏ ବର୍ଷ ଏପ୍ରିଲ୍‌ ମାସରେ ସିବିଆଇ ମାମଲାଟିକୁ ମାଡ୍ରାସ୍‌ ହାଇକୋର୍ଟକୁ ପଠାଇଥିଲେ।

ତାମିଲନାଡୁ ସରକାର, ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଡିପାର୍ଟମେଣ୍ଟ୍‌ ଏବଂ ଫୁଡ୍‌ ସେଫ୍‌ଟି ଡିପାର୍ଟମେଣ୍ଟ୍‌ର ଅଜ୍ଞାତ ଅଧିକାରୀମାନଙ୍କ ନାମରେ ସିବିଆଇ ମେ ଏକ ଏଫ୍‌ଆଇଆର୍‌ ରୁଜୁ କରିଛି।

ସମ୍ବନ୍ଧିତ ଖବର