ବିକାନେର ଜମି ଦୁର୍ନୀତି ମାମଲା: ଇଡିରେ ହାଜର ହେବେ ଭଦ୍ରା ଏବଂ ମା’ ମୌରୀନ୍‌

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରା ଆସନ୍ତାକାଲି ପୁଣିଥରେ ଜେରା ପାଇଁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହେବେ। ଭଦ୍ରାଙ୍କ ସହ ତାଙ୍କ ମା’ ମୌରୀନ୍‌ ମଧ୍ୟ ଇଡିରେ ହାଜର ହେବେ। ତେବେ ଏଥର ମନି ଲଣ୍ଡରିଂ ମାମଲାରେ ନୁ‌ହେଁ ରାଜସ୍ଥାନର ବିକାନେର ଜମି ଦୁର୍ନୀତି ମାମଲାରେ ଉଭୟ ଭଦ୍ରା ଏବଂ ତାଙ୍କ ମା’ ଆସନ୍ତାକାଲି ଜୟପୁର ସ୍ଥିତ ଇଡି ଅଫିସ୍‌ରେ ହାଜର ହେବେ। ଆଜି ଅପରାହ୍ନରେ ଉଭୟ ମା’ ପୁଅ ଜୟପୁର ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି। ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେମାନେ ଇଡିରେ ହାଜର ହେବେ। ଅଧିକାରୀଙ୍କ ସୁତ୍ରରୁ ଜଣାଯାଇଛି ପିଏମ୍‌ଏଲଏ ଅଧୀନ‌ରେ ସେମାନଙ୍କ ବୟାନ ରେକର୍ଡ କରାଯିବ।

ସମ୍ବନ୍ଧିତ ଖବର