ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଆଗୁଆ ଜାମିନ

ଇସ୍ଲାମାବାଦ : ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଆଗୁଆ ଜାମିନ ମିଳିଯାଇଛି । ଲାହୋରର ଏକ ଆତଙ୍କବାଦ ନିରୋଧୀ ଅଦାଲତ ହାଫିଜ ଓ ତାହାର ୩ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବଣ୍ଡ ମାଧ୍ୟମରେ ଏହି ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଆମେରିକା ସରକାର ଗତ ୨୦୧୨ରୁ ସଇଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି ଓ ତା ମୁଣ୍ଡରେ ୧୦ ନିୟୁତ ଡଲାରର ଏକ ପୁରସ୍କାର ଘୋଷଣା କରାଯାଇଛି ।

ଗତ ୩ ତାରିଖରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଆତଙ୍କବାଦ ନିରୋଧୀ ବିଭାଗ ପକ୍ଷରୁ ହାଫିଜ ସମେତ ମୋଟ ୧୩ ଜଣଙ୍କ ବିରୋଧରେ ୨୩ଟି ଏଫଆଇଆର ରୁଜ୍ଜୁ କରାଯାଇଥିଲା । ସେମାନଙ୍କ ବିରୋଧରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଆରୋପ ଲଗାଯାଇଥିଲା ଓ ଏହି କାରଣରୁ ସେମାନଙ୍କ ଗିରଫଦାରି ଅବଶ୍ୟମ୍ଭାବୀ ହୋଇପଡିଥିଲା । କିନ୍ତୁ ଆଗୁଆ ଜାମିନ ମିଳିବା ପରେ ହାଫିଜ ସଇଦ ଆଶ୍ୱସ୍ତ ହୋଇଛି ।

ସମ୍ବନ୍ଧିତ ଖବର