ନୂଆଦିଲ୍ଲୀ: ଏକ ଛୋଟିଆ ସାବୁନ୍ ଦୋକାନ୍କୁ ଭିତରୁ ୨୫କୋଟି ଟଙ୍କା ବାହାରିବା ଖବର ସାମ୍ନାକୁ ଆସିଲା ପରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନୂଆଦିଲ୍ଲୀର ଚାନ୍ଦିନୀ ଚୌକ ଅଞ୍ଚଳରେ ଥିବା ରାଜହଂସ ସାବୁନ ମିଲ୍ଵ ପ୍ରାଇଭେଟ ଲିମିଟେଡରେ ଗତ କିଛିଦିନ ପୂର୍ବେ ଆୟକର ବିଭାଗ ଚଢ଼ାଉ କରିଥିଲା। ଡ୍ରାଇ ଫ୍ରୁଟ ଓ ସାବୁନ ବିକ୍ରି ହେଉଥିବା ଏହି ଛୋଟ ଦୋକାନରୁ ଆୟକର ବିଭାଗ ୨୫କୋଟି ଟଙ୍କା ଜବତ କରିଛି।
ସୂଚନାଯୋଗ୍ୟ, ନଭେମ୍ବର ୫ରେ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଆୟକର ବିଭାଗ ଏହି ସାବୁନ୍ ଦୋକାନ ଉପରେ ଚଢାଉ ଆରମ୍ଭ କରିଥିଲା । ବାହାରୁ ଛୋଟିଆ ଦେଖାଯାଉଥିବା ଏହି ଦୋକାନ ଭିତରେ ୩୦୦ରୁ ଅଧିକ ପ୍ରାଇଭେଟ ଲକର ରହିଥିଲା । ଆଉ ଯେଉଁଥିରେ କୋଟି କୋଟି ଟଙ୍କା ଭର୍ତ୍ତି କରି ରଖାଯାଇଥିଲା।
ଛୋଟ ଦୋକାନର ବେସମେଣ୍ଟରେ ଥିବା ୩୦୦ରୁ ଅଧିକ ପ୍ରାଇଭେଟ ଲକରରୁ ଭିତରୁ ଆୟକର ବିଭାଗ ୨୫କୋଟିରୁ ଅଧିକ ଟଙ୍କା ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/x321549-khari-baoli-note-1543815526.jpg.pagespeed.ic_.z62VpB7cbN.jpg)