ଆଇଏସ୍‌ ସହ ସମ୍ପର୍କ ପାଇଁ ୩ଶହଙ୍କୁ ମୃତ୍ୟୁଦଣ୍ଡ

ବାଗ୍‌ଦାଦ୍‌: ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସମ୍ପର୍କ ଥିବା ଅଭିଯୋଗରେ ଇରାକ୍‌ ଅଦାଲତ ୩ ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଦଣ୍ଡ ପାଇଥିବା ଦୋଷୀଙ୍କ ମଧ୍ୟରେ ବିଦେଶୀ ନାଗରିକ ମଧ୍ୟ ରହିଥିବା ଜଣାପଡ଼ିଛି। ଉତ୍ତର ଇରାକ୍‌ର ମୋସୁଲ ଓ ରାଜଧାନୀ ବାଗ୍‌ଦାଦ୍‌ରେ ଏହି ଅଭିଯୁକ୍ତଙ୍କ ନାମରେ ମାମଲା ଚାଲିଥିଲା। ମିଳିଥିବା ଖବର ମୁତାବକ, ଗତ ଜାନୁଆରିରୁ ଆଜି ସୁଦ୍ଧା ମୋଟ ୯୭ ଆଇଏସ୍‌ ଆତଙ୍କବାଦୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି।

ସମ୍ବନ୍ଧିତ ଖବର