ଅଭିନନ୍ଦନ ବର୍ତ୍ତମାନଙ୍କୁ ପାଇ ଖୁସି ଅନୁଭବ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଅଟାରୀ ସୀମାରେ ଗ୍ରହଣ କରିବା ପାଇଁ ଶୁକ୍ରବାର ରାତିରେ ଏୟାର ଭାଇସ ମାର୍ଶଲ ଆରଜିକେ କପୁର ଉପସ୍ଥିତ ଥିଲେ। ନିଜର ବୀର ଯବାନଙ୍କୁ ଭାରତ ମାଟିରେ ପାଇ ଏୟାର ଭାଇସ୍‌ ମାର୍ଶଲ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆଗାମୀ ପ୍ରକ୍ରିୟା ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଆମକୁ ପ୍ରକ୍ରିୟା ଅନୁସାରେ ପାକିସ୍ତାନ ହସ୍ତାନ୍ତର କରିଛି।

ଏୟାର ଭାଇସ ମାର୍ଶଲ କପୁର କହିଛନ୍ତି, ଏବେ ଅଭିନନ୍ଦନଙ୍କୁ ଏକ ବ୍ୟାପକ ମେଡିକାଲ ପରୀକ୍ଷା କରାଯିବ। କାରଣ ସେ ବାୟୁସେନା ବିମାନରୁ ଖସି ପଡ଼ିଥିଲେ। କପୁର କହିଛନ୍ତି, ଭାରତୀୟ ବାୟୁସେନା ଅଭିନନ୍ଦନଙ୍କୁ ପାଇ ଖୁସି ଅନୁଭବ କରୁଛି।

ସୂଚନାଯୋଗ୍ୟ ପାକିସ୍ତାନ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅପରାହ୍ନ ୨ଟାରେ ଭାରତକୁ ହସ୍ତାନ୍ତର କରିବାର ଥିଲା କିନ୍ତୁ କ୍ରମାଗତ ଭାବରେ ବିଳମ୍ବ କରିଥିଲା। ଅଭିନନ୍ଦନଙ୍କୁ ରାତି ୯ଟା ୨୧ରେ ଭାରତୀୟ ଅଧିକାରୀଙ୍କୁ ପାକିସ୍ତାନ ହସ୍ତାନ୍ତର କରିଥିଲା।

ସମ୍ବନ୍ଧିତ ଖବର