ଜମ୍ମୁ-କଶ୍ମୀର: ଘାଟିରେ ଯୁବକଙ୍କୁ ଆତଙ୍କବାଦୀ ବନିବା ପାଇଁ ଉସୁକାଉଥିବା ରିୟାଜ ଅହମ୍ମଦ ଗିରଫ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଯୁବକମାନଙ୍କୁ ଆତଙ୍କବାଦୀ ହେବା ପାଇଁ ଉସୁକାଉଥିବା ରିୟାଜ୍‌ ଅହମ୍ମଦକୁ ପୁଲିସ ରବିବାର ଗିରଫ କରିଛି।  କିଶ୍ୱତଓ୍ଵାଡ ପୁଲିସ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦିନ୍‌ର କୁଖ୍ୟାତ ଆତଙ୍କବାଦୀ ରିୟାଜ ଅହମ୍ମଦକୁ ଗିରଫ କରିଛି। ରିୟାଜ ସେହି ଲୋକମାନଙ୍କ ମଧ୍ୟରେ ସାମିଲ, ଯେଉଁମାନେ ଘାଟିରେ ଯୁବକଙ୍କୁ ସେମାନଙ୍କ ଭାଷଣରେ ଆତଙ୍କବାଦୀ ହେବା ପାଇଁ ଉତ୍ସୁକାଇବା ସହିତ ସନ୍ଦିଗ୍ଧ ଗତିବିଧିରେ ସାମିଲ କରି ଥାଆନ୍ତି। ଆତଙ୍କବାଦୀଙ୍କ ମଧ୍ୟରୁ ରିୟାଜ ନାମ ଚର୍ଚ୍ଚାରେ ରହିଥାଏ। ତାକୁ ଦୀର୍ଘଦିନ ଧରି କୁଖ୍ୟାତ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିଲା।

ଆଶ୍ଚର୍ଯ୍ୟର କଥା ହେଉଛି, ରିୟାଜର ଚେହେରା ଆମେରିକା ଆକ୍ରମରେ ନିହତ ହୋଇଥିବା ଆତଙ୍କବାଦୀ ଆକା ଓସାମା ବିନ୍‌ ଲାଦେନ୍‌ ସହିତ ଖାପ ଖାଉଛି। କିଛିଦିନ ପୂର୍ବରୁ ଜଣେ ଯୁବକ ଏହି ଆତଙ୍କବାଦୀ ସଙ୍ଗଠନରେ ମିଶି ଆତଙ୍କବାଦୀ ବନିଯିବା ପରେ ତା’ର ପରିବାର ଲୋକେ ଘରକୁ ଫେରି ଆସିବା ପାଇଁ ଅନୁରୋଧ କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା।

 

ସମ୍ବନ୍ଧିତ ଖବର