କୋର୍ଟରେ ହାଜର ହେବାକୁ ହାର୍ଦ୍ଦିକଙ୍କ ପ୍ରତିଶ୍ରୁତି :ଗିରଫ ପରଓ୍ଵାନା ପ୍ରତ୍ୟାହାର

ନୂଆଦିଲ୍ଲୀ: ଗୁଜରାଟର ବିସନଗର ଅଦାଲତ ରାଜ୍ୟର ପଟିଦାର ସଂପ୍ରଦାୟ ନେତା ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଗତକାଲି ଜାରି କରିଥିବା ଜାମିନ ବିହୀନ ଗିରଫ ପରଓ୍ଵାନାକୁ ଆଜି ପ୍ରତ୍ୟାହାର କରିଦେଇଛନ୍ତି। ୨୦୧୫ରେ ପଟିଦାର ସଂରକ୍ଷଣ ଆନ୍ଦୋଳନ ସମୟରେ ବ୍ୟାପକ ହିଂସା ଘଟିଥିବା ବେଳେ ମହେସାଣା ବିଧାୟକଙ୍କ କାର୍ଯ୍ୟାଳୟକୁ ଆନ୍ଦୋଳନକାରୀମାନେ ଛାରଖାର କରିଦେଇଥିଲେ। ଏହି ମାମଲାରେ ହାର୍ଦ୍ଦିକ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ତାଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦୁଇଥର ସମନ ଜାରି ହୋଇଥିଲା। ତେବେ ହାର୍ଦ୍ଦିକ କୋର୍ଟରେ ହାଜର ନହେବା ଏବଂ ଏଥିପାଇଁ ଯୁକ୍ତିଯୁକ୍ତ କାରଣ ନ ଦର୍ଶାଇବାରୁ ଗତକାଲି ତାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଥିଲେ। ତେବେ ଗିରଫଦାରି ପୂର୍ବରୁ ଆଜି ହାର୍ଦ୍ଦିକ କୋର୍ଟରେ ହାଜର ହୋଇ ଏହି ମାମଲାର ଶୁଣାଣି ସମୟରେ ଉପସ୍ଥିତ ରହିବେ ବୋଲି ପ୍ରତିଶ୍ରୃତି ଦେବାପରେ ତାଙ୍କ ବିରୋଧରେ ଜାରି ଗିରଫ ପରଓ୍ଵାନା ପ୍ରତ୍ୟାହାର କରାଯାଇଥିଲା। ୨୦୧୫ରେ ପଟିଦାର ଆନ୍ଦୋଳନ ସମୟରେ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ ଅଫିସ୍‌ରେ ହୋଇଥିବା ଆକ୍ରମଣ ମାମଲାରେ ହାର୍ଦ୍ଦିକ ପଟେଲଙ୍କୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର