ବିଜେପିର ଫେସବୁକ୍‌ ଲୋକପ୍ରିୟତାକୁ ଟପିଗଲେ ହାର୍ଦ୍ଦିକ୍‌

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ଲାଗି ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ସୋସିଆଲ ମିଡିଆରେ ପରସ୍ପରକୁ ଟକ୍କର ଦେବାପାଇଁ ପ୍ରତିଦ୍ୱନ୍ଦ୍ୱିତା ଜାରି ରଖିଥିବାବେଳେ ଏବେ ବିଜେପି ଏବଂ କଂଗ୍ରେସ ଅପେକ୍ଷା ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ସୋସିଆଲ ମିଡିଆରେ ଅଧିକ ସମର୍ଥନ ମିଳିଥିବା ଜଣାଯାଇଛି। ହାର୍ଦ୍ଦିକ ଫେସବୁକ୍‌ରେ ବିଜେପିକୁ କଡ଼ା ଟକ୍କର ଦେଇଛନ୍ତି। ବିଜେପିକୁ ଭୋଟ୍‌ ନଦେବାଲାଗି ଲୋକମାନଙ୍କୁ ଅନୁରୋଧ କରିଥିବା ହାର୍ଦ୍ଦିକଙ୍କ ପୋଷ୍ଟ୍‍କୁ ଫେସବୁକ୍‌ରେ ୮ ଲକ୍ଷ ଲାଇକ୍‌ ମିଳିଥିବାବେଳେ ବିଜେପି ଗୁଜରାଟ ପେଜ୍‌ଠାରୁ ଏହା ୩୦୦ ପ୍ରତିଶତ ଅଧିକ ଉତ୍ତର ପାଇଥିବା ଜଣାଯାଇଛି। ହାର୍ଦ୍ଦିକଙ୍କ ଏଭଳି ସୋସିଆଲ ମିଡିଆ ଲୋକପ୍ରିୟତା ନେଇ ବିଜେପିର ଚିନ୍ତା ବଢ଼ୁଛି।

ସମ୍ବନ୍ଧିତ ଖବର