ନିର୍ବ‌ାଚନ ଲଢ଼ିବାପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ହାର୍ଦ୍ଦିକ

0

ନୂଆଦିଲ୍ଲୀ: ‌ ପ୍ରାର୍ଥୀପତ୍ର ଦାଖଲ କରିବା ସମୟ ଚାଲିଯାଉଥିବାରୁ ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌ଙ୍କ ନିର୍ବାଚନ ଲଢ଼ିବା ଆଶା ମଉଳି ଯାଉଛି। କିନ୍ତୁ ନିର୍ବାଚନ ଲଢ଼ିବାପାଇଁ ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି। ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ହାର୍ଦ୍ଦିକ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୨୦୧୫ ମସିହାର ଏକ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ହାର୍ଦ୍ଦିକ ପଟେଲ ଆଜି ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗୁଜରାଟ ହାଇକୋର୍ଟ ହାର୍ଦ୍ଦିକଙ୍କ ଦୋଷ ଉପରେ ରହିତାଦେଶ ଲଗାଇବାପାଇଁ ମନା କରିଦେଇଥିଲେ। ହାର୍ଦ୍ଦିକଙ୍କ ବିରୋଧରେ ଅନେକ ମାମଲା ଅଛି, ତେଣୁ ସେ ନିର୍ବାଚନ ଲଢ଼ିପାରି‌ବେନି ବୋଲି କୋର୍ଟ କହିଥିଲେ। କିନ୍ତୁ ହାର୍ଦ୍ଦିକ ଏହାକୁ ବିରୋଧ କରିଛନ୍ତି। ହାର୍ଦ୍ଦିକ କହିଛନ୍ତି, ତାଙ୍କର ଭୁଲ୍‌ ଏତିକି ଯେ ସେ ବି‌ଜେପି ପାଖରେ ମୁଣ୍ଡ ନୂଆଁଇ ନାହାନ୍ତି। ସରକାର ବିରୋଧରେ ଯିବାରୁ ତାଙ୍କୁ ଏହି ଫଳ ମିଳିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.