ହାର୍ଦ୍ଦିକ-ଜିଗ୍ନେଶ-ଅଳ୍ପେଶ, ୩ ଯୁବ ନେତା ଏବେ ନୀରବ

ଅହମଦାବାଦ୍‌: ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ୩ ଜଣ ଯୁବ ନେତା ହାର୍ଦ୍ଦିକ ପଟେଲ, ଜିଗ୍ନେଶ ମେୱାନୀ ଏବଂ ଅଳ୍ପେଶ ଠାକୁର କଂଗ୍ରେସର ବଳ ଥିଲେ। ଏହି ନେତାମାନେ ଗୁଜରାଟରେ କଂଗ୍ରେସର ଭୋଟ୍‌ ବୃଦ୍ଧି କରିବ‌ାରେ ବଳିଷ୍ଠ ଭୂମିକା ‌ନେଇଥିଲେ। ଏହି ନେତାମାନଙ୍କର ଜାତୀୟ ରାଜନୀତିରେ ପ୍ରବେଶ କରିବା ଘଟଣା ମଧ୍ୟ ବେଶ୍‌ ଗୁରୁ୍ତ୍ବପୂର୍ଣ୍ଣ ଥିଲା। କିନ୍ତୁ ଏବେ ଏହି ୩ ନେତା ଏବେ ବିଭିନ୍ନ କାରଣରୁ ଚୁପ୍‌ ହୋଇ ଯାଇଛନ୍ତି। ଅଳ୍ପେଶ ରାଧନପୁରରୁ କଂଗ୍ରେସ ବିଧାୟକ ହୋଇଥିବାବେ‌ଳେ ଏବେ ସେ ଦଳ ଛାଡ଼ି ଦେଇଛନ୍ତି। ତେବେ ହ‌ାର୍ଦ୍ଦିକ୍‌ ଏଥର କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିବାପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଥିଲେ ମଧ୍ୟ ତାଙ୍କୁ ନିର୍ବାଚନ ଲଢ଼ିବାପାଇଁ ସୁଯୋଗ ମିଳିଲା ନାହିଁ। ହାର୍ଦ୍ଦିକ ଏକ ଦଙ୍ଗା ମାମଲାରେ ଦୋଷୀସାବ୍ୟସ୍ତ ହେବାରୁ ସେ ନିର୍ବାଚନ ଲଢ଼ିପାରିବେ ନାହିଁ। ଅନ୍ୟପ‌କ୍ଷେ ବିଧାୟକ ଜିଗ୍ନେଶ ମେୱାନୀ ମଧ୍ୟ ଏବେ ରାଜ୍ୟ ରାଜନୀତିରେ ଉତ୍ସାହ ଦେଖାଉନାହାନ୍ତି। ଅଳ୍ପେଶ ବିଜେପିରେ ଯୋଗ ଦେବେ ବୋଲି କୁହାଯାଉଥିଲେ ମଧ୍ୟ ସେ ଏହାକୁ ପ୍ରତାଖ୍ୟାନ କରିଛନ୍ତି। ଏବାବଦରେ ସେ ପରବର୍ତ୍ତୀ ସମୟ‌ରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ସେ ଏବେ ଓବିସି ସମ୍ପ୍ରଦାୟ ଲୋକଙ୍କ ପାଇଁ କାମ କରିବେ ଏବଂ ବନାସକାନ୍ଥା ଲୋକସଭା ଆସନରେ ସେ କ୍ଷତ୍ରିୟ ଠାକୁର ସେନା ସଦସ୍ୟଙ୍କ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହେବାପରେ ହାର୍ଦ୍ଦିକ୍‌ ମଧ୍ୟ କଂଗ୍ରେସ ପାଇଁ ପ୍ରଚାରରେ ଯେଭଳି ସକ୍ରିୟ ହେବା କଥା ତାହା ଦେଖିବାକୁ ମିଳୁନାହିଁ। ଅନ୍ୟପକ୍ଷେ ଉତ୍ତର ଗୁଜରାଟର ବଡ଼ନଗରର ସ୍ବାଧୀନ ବିଧାୟକ ଜିଗ୍ନେଶ ଏବେ ଛାତ୍ର ନେତା କହ୍ନେୟା କୁମାରଙ୍କ ପାଇଁ ବିହାରର ବେଗୁସରାଇ‌ରେ ପ୍ରଚାର କରୁଛନ୍ତି।

ସମ୍ବନ୍ଧିତ ଖବର