ହରିଆଣା: ଋଣ ନ ଫେରାଇବାରୁ ଜେଲଦଣ୍ଡ, ୧୦ ଦିନ ମଧ୍ୟରେ ଜେଲରେ ଚାଷୀଙ୍କ ମୃତ୍ୟୁ

ଚଣ୍ଡିଗଡ଼: ହରିଆଣାର ଭିବାନୀରେ ଋଣ ଫେରାଇ ନପାରିବା କାରଣରୁ ଜେଲ ଯାଇଥିବା ଜଣେ ଚାଷୀଙ୍କ ୧୦ ଦିନ ମଧ୍ୟରେ ମୃତ୍ୟୁ ହୋଇଛି। ବ୍ୟାଙ୍କ ଚେକ ବାଉନସ ମାମଲାରେ ଜେଲରେ ରଣବୀର ସିଂହ(୬୫)ଙ୍କ ୯.୬୫ ଲକ୍ଷ ଟଙ୍କା ଋଣ ଥିଲା। ରଣବୀର ସିଂହଙ୍କ ସୋମବାର (ଅକ୍ଟୋବର ୧)ରେ ମୁଣ୍ଡ ବୁଲାଇଥିଲା। ଜେଲ ଅଧିକାରୀମାନେ ରଣବୀରଙ୍କୁ ସିବିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରଣବୀରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ରଣବୀରଙ୍କ ମୃତ୍ୟୁ ପରେ ଅମଙ୍ଗ ପରିବାର ଲୋକେ ମୃତଦେହ ନେବାକୁ ରାଜି ହୋଇ ନଥିଲେ। ସେମାନେ ପୋଷ୍ଟମର୍ଟମ କରିବାକୁ ମନା କରିଦେଇଥିଲେ। ଏଥି ସହିତ ପରିବାର ଲୋକେ ଭିବାନୀସ୍ଥିତ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ପ୍ରଶାସନର ହସ୍ତକ୍ଷେପ ପରେ ପରିବାର ଲୋକେ ଧାରଣା ବନ୍ଦ କରିଥିଲେ।

ପରିବାର ଲୋକେ ବୁଧବାର ରଣବୀରଙ୍କ ମୃତଦେହ ନେଇଛନ୍ତି। ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ବାକି ଋଣ ମାମଲାରେ ସଜା ମିଳିବା କାରଣରୁ ରଣବୀରଙ୍କ ମୃତ୍ୟୁ ହୋଇଛି। ଭିବାନୀ ଅତିରିକ୍ତ କମିସନର ଅଶଂଜ ସିଂହ ମୃତକ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି, ବାକି ଋଣ ଛାଡ ଓ ପରିବାର ଜଣେ ସଦସ୍ୟଙ୍କୁ ଅସ୍ଥାୟୀ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର