ବିବାହ ପାଇଁ ପରିବାର ଲୋକେ ମନା କରିବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମୀଯୁଗଳ,ତା’ ପରେ ଅସମ୍ଭବ ହୋଇଗଲା ସମ୍ଭବ !

ନୂଆଦିଲ୍ଲୀ : ଆଜି ଦେଶ ଅନେକ କ୍ଷେତ୍ରରେ ଉନ୍ନତି କରୁଥିବା ବେଳେ ପ୍ରେମ ବିବାହକୁ ନେଇ ଆଜି ବି ପରିବାର ତରଫରୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳୁଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ହିସାର ଜିଲ୍ଲାରେ । ହିସାର ଜିଲ୍ଲାରେ ପ୍ରେମୀଯୁଗଳଙ୍କ ବିବାହ କରାଇବା ପାଇଁ ପରିବାର ଲୋକ ରାଜି ନ ହେବାରୁ ଉଭୟ ପ୍ରେମିକ ଏବଂ ପ୍ରେମିକା ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଜଣଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ପରିବାର ଲୋକଙ୍କ ମନ ପରିବର୍ତ୍ତନ ହୋଇଥିଲା, ଯାହା ପରେ ଦୁହିଁଙ୍କ ବିବାହ ଆଇସିୟୁ ଭିତରେ ହିଁ କରାଯାଇଥିଲା ।

oneindia.com

ସୂଚନା ମୁତାବକ,ପୀରନଓ୍ଵାଲି ଗ୍ରାମର ଗୁରମୁଖ୍‌ ସିଂ ଏବଂ ବିଦ୍ୟୁତ୍‌ ନଗରର କୁସୁମ ସାଙ୍ଗ ହୋଇ ଗୋଟିଏ କଲେଜରେ ପଢ଼ୁଥିଲେ । ପଢ଼ିବା ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ଭଲ ପାଇବା ହୋଇ ଯାଇଥିଲା । ଏ ବିଷୟରେ ଉଭୟଙ୍କ ପରିବାର ଲୋକଙ୍କୁ ସୂଚନା ମିଳିବା ଦୁହିଁଙ୍କ ପରିବାର ଲୋକେ ବିବାହ କରିବା ପାଇଁ ମନା କରି ଦେଇଥିଲେ । ପରିବାର ଲୋକ ଅରାଜି ହେବାରୁ ଦୁହେଁ ସାଇବର କେଫେରେ ଦେଖା ହୋଇ କୀଟନାଶକ ଖାଇ ଦେଇଥିଲେ । କୀଟନାଶକ ଖାଇ ଗୁରମୁଖ୍‌ ଘରକୁ ଫୋନ କରି ଆମେ ଦୁହେଁ ବିଷ ଖାଇ ଦେଇଛୁ ବୋଲି ଜଣାଇଥିଲେ । ଏହି ଖବର ପାଇ ଗୁରମୁଖ୍‌ଙ୍କ ପରିବାର ଲୋକ ତୁରନ୍ତ ସାଇବର କେଫେରେ ପହଞ୍ଚି ଦୁଇ ଜଣଙ୍କୁ ଡ଼ାକ୍ତରଖାନା ନେଇଥିଲେ । ସେଠାରେ ଚିକିତ୍ସା ଚାଲୁଥିବା ସମୟରେ ପରିବାର ଲୋକଙ୍କ ମନ ପରିବର୍ତ୍ତନ ହେବାରୁ ଆଇସିୟୁରେ ହିଁ ଦୁହିଁଙ୍କ ବିବାହ କରାଯାଇଥିଲା ।

ସମ୍ବନ୍ଧିତ ଖବର