କ୍ରିକେଟର ସାମି ପତ୍ନୀଙ୍କ ୟୁଟର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ସାମି ନିଜର ପାରିବାରିକ ସମ୍ପର୍କରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀଙ୍କ ଆରୋପରେ ଚୁପ୍‌ ଥିବା ସାମି ନିକଟରେ ଏକ ବଡ଼ ଖୁଲାସା କରିଛନ୍ତି । ହାସିନ୍‌ଙ୍କର ପୂର୍ବରୁ ବିବାହ ହୋଇଥିଲା ଏବଂ ତାଙ୍କ ଦୁଇଟି ଝିଅ ଥିଲେ ବୋଲି ସାମି ପୂର୍ବରୁ ଜାଣି ନ ଥିବା କହିଛନ୍ତି । ବିବାହ ସମୟରେ ହସିନ୍‌ ତାଙ୍କ ଅତୀତ ବିଷୟରେ କିଛି କହି ନଥିଲେ ବୋଲି ସାମି କହିଛନ୍ତି । ଏହପରେ ତାଙ୍କ ପତ୍ନୀ ହାସିନ୍‌  ଜାହାଁ କହିଥିଲେ, ସେ କେବେ ବି ସାମିଙ୍କ ବିରୋଧରେ ମ୍ୟାଚ ଫିକସିଂର ଅଭିଯୋଗ ଆଣି ନଥିଲେ।

ନିକଟରେ ହାସିନ୍‌ ଏକ ସାକ୍ଷାତକାରେ କହିଛନ୍ତି, ‘ସାମିଙ୍କ ବିରୋଧରେ ମ୍ୟାଚ ଫିକ୍‌ସିଂର ଅଭିଯୋଗ ଆଣି ନଥିଲି। ମୁଁ ଏହି ମାମଲାକୁ ଅଦାଲତକୁ ଆଣିବାକୁ ଚାହୁଁ ନଥଲି। ଯେଉଁଭଳି ଭାବେ ସାମି ମୋ ସହିତ ଦୁଇବର୍ଷ ହେବ ବ୍ୟବହାର କରି ଆସୁଥିଲେ ତାହା ମୋର ଧୖର୍ଯ୍ୟ ବାହାରେ ଥିଲା। ମୁଁ ବାଧ୍ୟ ହୋଇ ଏହି ପଦକ୍ଷେପ ନେଇଛି। ମୋତେ ଯଦି ଫୋନ୍‌ ମିଳି ନ ଥାଆନ୍ତା ସେ ମୋତେ ଛାଡ଼ି ଦେଇ ଥାଆନ୍ତେ। ମୁଁ ସାମିଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଛି। କିନ୍ତୁ ସେ ମୋର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ।

ହାସିନ୍‌ କହିଛନ୍ତି, ସାମି ନିଜକୁ ବଞ୍ଚାଇବା ପାଇଁ ମିଛ କହୁଛନ୍ତି। ଆମର କଥାବାର୍ତ୍ତା ହ୍ଵାଟସ୍‌ଆପ୍‌ ଜରିଆରେ ହୋଇଥିଲା। ସେ ମୋତେ ପଚାରି ଥିଲେ ଆମେ ପରିବାରକୁ କିପରି ବଞ୍ଚାଇ ପାରିବା। ମୁଁ ତାଙ୍କୁ କ୍ଷମା ମାଗିବା ସହ ସମସ୍ତ ଭୁଲକୁ ସ୍ୱୀକାର କରିବା ପାଇଁ କହିଥିଲି।’

ସମ୍ବନ୍ଧିତ ଖବର