ରୋହିଙ୍ଗ୍ୟା ସଙ୍କଟ: ଭାରତର ସହାୟତା ଲୋଡ଼ିଲେ ହସିନା

ନୂଆଦିଲ୍ଲୀ: ପଶ୍ଚିମବଂଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ହସିନା କହିଥିଲେ ଯେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଯଥାଶୀଘ୍ର ବାଂଲାଦେଶରୁ ମିଆଁମାର୍‌ ପଠାଇବାକୁ ସେ ଚାହୁଛନ୍ତି ଏବଂ ତାଙ୍କ ଦେଶ ଏଥିପାଇଁ ଭାରତର ସହାୟତା ଲୋଡ଼ୁଛି। ଭାରତ ଏ ଦିଗରେ ମିଆଁମାର ସହିତ କଥାବାର୍ତ୍ତା କରି ବାଂଲାଦେଶକୁ ସହଯୋଗ କରିବାକୁ ହସିନା ଅନୁରୋଧ କରିଛନ୍ତି। ରୋହିଙ୍ଗ୍ୟା ଶରଣାର୍ଥୀମାନେ ଯେତେଶୀଘ୍ର ସମ୍ଭବ ବାଂଲାଦେଶ ଛାଡ଼ି ନିଜ ଦେଶକୁ ଫେରିଯିବାକୁ ପ୍ରସ୍ତୁତ ରହିବା ଦରକାର ବୋଲି ସେ କହିଛନ୍ତି। ଦୀକ୍ଷାନ୍ତ ସମାରୋହ ପରେ ମୋଦି ଏବଂ ହସିନା ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବାଂଲାଦେଶ ଭବନକୁ ଉଦ୍‌୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ବିଶ୍ୱଭାରତୀର ଏହା ପ୍ରଥମ ଦୀକ୍ଷାନ୍ତ ସମାରୋହ ଯେଉଁଠି ଉଭୟ ଦେଶର ପ୍ରଧାନମନ୍ତ୍ରୀ ଏକାଠି ହୋଇଛନ୍ତି। ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ବିଭିନ୍ନ ଅସୁବିଧା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳାଧିପତି ରହିଥିବାରୁ ଏ ସବୁ ସମସ୍ୟା ପାଇଁ ଛାତ୍ରଙ୍କୁ କ୍ଷମା ମାଗିଥିଲେ।

ସମ୍ବନ୍ଧିତ ଖବର