ଆମେରିକାରେ ଶିଖମାନଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ମୁସଲିମ ବୋଲି ଭାବି ଆକ୍ରମଣ କରାଯାଉଛି

ନ୍ୟୁୟର୍କ : ଆମେରିକାରେ ଭାରତୀୟଙ୍କ ଉପରେ ଆକ୍ରମଣ ବଢିଚାଲିଛି । ବିଶେଷକରି ଶିଖ ସଂପ୍ରଦାୟର ଲୋକମାନଙ୍କୁ ଅଧିକ ଟାର୍ଗେଟ କରାଯାଉଛି । ଆମେରିକାର ଛୋଟ ଛୋଟ ସହରଗୁଡ଼ିକରେ ଲୋକମାନେ ଶିଖମାନଙ୍କୁ ମୁସଲିମ ବୋଲି ଭାବୁଥିବାରୁ ଏପରି ଆକ୍ରମଣ ହେଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ଗତ ସପ୍ତାହରେ କାଲିଫର୍ଣ୍ଣିଆରେ ଜଣେ ୫୦ ବର୍ଷୀୟ ଶିଖଙ୍କୁ ଦୁଇଜଣ ଶ୍ୱତାଙ୍ଗ ଆମେରିକୀୟ ନାଗରିକ ଆକ୍ରମଣ କରି ତାଙ୍କୁ ବର୍ଣ୍ଣବୈଷମ୍ୟ ଗାଳିଦେଇଥିବା ଜଣାପଡିଛି । “ତୁମମାନଙ୍କୁ ଆମ ଦେଶକୁ ଆସିବା ମନା, ନିଜ ଦେଶକୁ ଚାଲିଯାଅ ” ଏପରି କହି ତାଙ୍କୁ ଗାଳି ଦିଆଯାଇଥିବା ବେଳ ତାଙ୍କୁ ଏକ ଲୁହାଛଡ଼ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ତେବେ ତାଙ୍କ ମୁଣ୍ଡକୁ ରଡରେ ପିଟା ଯିବା ସତ୍ତ୍ୱେ ତାଙ୍କ ପଗଡିଯୋଗୁଁ ସେ ବଞ୍ଚିଯାଇଥିବା ପୁଲିସ ସୁତ୍ରରୁ ଜଣାପଡ଼ିଛି । ତେବେ ତାଙ୍କର ଶରୀରର ଅନ୍ୟସ୍ଥାନରେ ଗୁରୁତର ଆଘାତ ଲାଗିଛି ଓ ସେ ଏବେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ପୁଲିସ ଏହି ଘଟଣାକୁ ଅତିଗୁରୁତର ସହ ନେବା ସହ ଏହାକୁ ଘୃଣା ଅପରାଧ ବିବେଚନା କରି ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର