ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ନ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି.ଦେବେ ଗୌଡ଼ା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି.ଦେବେ ଗୌଡ଼ା ଲୋକସଭାରେ କହିଛନ୍ତି ସେ ଲୋକସଭା ସଦସ୍ୟ ପଦରୁ ୨୦୧୪ରେ ଇସ୍ତଫା ଦେବାକୁ ଯାଉଥିଲେ। ଦେବେ ଗୌଡ଼ା ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ଯେ ଯଦି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ୨୭୬ରୁ ଅଧିକ ଆସନ ଲାଭ କରିବ,ତେବେ ସେ ଲୋକସଭାରୁ ଇସ୍ତଫା ଦେବେ। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାଜପା ୨୮୨ଟି ଆସନ ଦଖଲ କରିଥିଲା। ଏହାପରେ ଏଚ ଡି ଦେବେଗୌଡ଼ା ଲୋକସଭାରୁ ଇସ୍ତଫା ଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ,ମାତ୍ର ମୋଦୀ ତାଙ୍କୁ ଏଥିରୁ ନିବୃତ୍ତ କରାଇଥିଲେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ।

ନରେନ୍ଦ୍ର ମୋଦୀ ତାଙ୍କୁ ଜଣେ ବରିଷ୍ଠ ଲୋକସଭା ସଦସ୍ୟ ଭାବେ ଇସ୍ତଫା ନ ଦେବା ଲାଗି ପରାମର୍ଶ ଦେଇଥିଲେ। ମୋଦୀଙ୍କ ପରାମର୍ଶକ୍ରମେ ହିଁ ସେ ନିଜର ଇସ୍ତଫା ପତ୍ର ଫେରାଇ ନେଇଥିଲେ ବୋଲି ଏଚ୍‌.ଡି.ଦେବେ ଗୌଡ଼ା କହିଛନ୍ତି। ସେ ଷୋଡଶ ଲୋକସଭାର ଅନ୍ତିମ ଦିନରେ ନିଜର ଏହି ସ୍ମରଣୀୟ ଅନୁଭୂତିକୁ ବଖାଣିଥିଲେ।

ସମ୍ବନ୍ଧିତ ଖବର