ଆତ୍ମହତ୍ୟା କରିବାକୁ ପହଞ୍ଚିଥିଲେ, କଳା ବିଲେଇ ପାଇଁ ନିଷ୍ପତ୍ତି ପରିବର୍ତ୍ତନ କଲେ ଆମେରିକୀୟ ସେନା କର୍ମଚାରୀ, ଜାଣନ୍ତୁ କେମିତି ହୋଇଥିଲା ଏତେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ : ଜୀବନରେ ଆସୁଥିବା ବାଧାବିପତ୍ତିରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତିି ନେଇଥିଲେ ଜଣେ ଆମେରିକୀୟ ସେନା କର୍ମଚାରୀ । ଆତ୍ମହତ୍ୟା କରିବା ପାଇଁ ସେ ଏକ ଜନଶୂନ୍ୟ ସ୍ଥାନରେ ପହଞ୍ଚିବା ପରେ ଜୀବନର ଶେଷ ସିଗାରେଟ ଟାଣିବା ଆରମ୍ଭ କରିଥିଲେ । ସିଗାରେଟ୍‌ ଟାଣିବା ପରେ ସେ ଆତ୍ମହତ୍ୟା କରିବେ ବୋଲି ଭାବିଥିବା ବେଳେ ସିଗାରେଟ୍‌ ଶେଷ ହେବା ପୂର୍ବରୁ ସାମ୍ନାରେ ଥିବା ଏକ ବୁଦାରୁ ଅଜବ ଶବ୍ଦ ଶୁଭିଥିଲା । ଯାହା ପରେ ତାଙ୍କ ଜୀବନ ସବୁ ଦିନ ପାଇଁ ବଦଳି ଯାଇଥିଲା ।

ସୂଚନା ମତାବକ, ୨୦୦୧ରେ ଆମେରିକା ସେନାରେ ନିଯୁକ୍ତି ପାଇଥିଲେ ଜୋଶ ମରିନୋ । ୨୦୦୭ରେ ଇରାକ୍‌ରେ ହୋଇଥିବା ଏକ ବୋମା ବିସ୍ଫୋରଣରେ ସେ ଆହତ ହେବା ପରେ ତାଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଇଥିଲା । କିନ୍ତୁ ପରେ ଡ଼ାକ୍ତର ତାଙ୍କୁ ଫିଟ୍‌ ବୋଲି ଘୋଷଣା କରି ଡ଼ିସ୍‌ଚାର୍ଜ କରି ଦେଇଥିଲେ । କିନ୍ତୁ ପରେ ତାଙ୍କୁ ମାନସିକ ସ୍ତରରେ ଅନେକ ସମସ୍ୟା ହେବାରୁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତିି ନେଇଥିଲେ । ଯେଉଁଥି ପାଇଁ ସେ ସେହି ବୁଦା ପାଖରେ ଯାଇ ପହଞ୍ଚିଥିଲେ । କିନ୍ତୁ ଆତ୍ମହତ୍ୟା କରିବାର ଠିକ୍‌ ପୂର୍ବରୁ ସେ ବୁଦା ଭିତରୁ ଏକ କଳା ରଙ୍ଗର ବିଲେଇ ବାହାରକୁ ବାହାରିବା ସହ ଜୋଶଙ୍କ ପାଖକୁ ଆସି ତାଙ୍କ ଗୋଡ଼ରେ ନିଜ ମୁଣ୍ଡ ରଗଡ଼ିବାକୁ ଲାଗିଥିଲା । ବାରମ୍ବାର ଏପରି କରିବା ପରେ ବିଲେଇଟି ତାଙ୍କୁ ରୋକିବା ପାଇଁ ଚାହୁଁଛି ବୋଲି ଜୋଶ ଜାଣିବା ସହ ବିଲେଇକୁ ଧରି ଜୋରରେ କାନ୍ଦିବାକୁ ଲାଗିଥିଲେ ।

Mother Nature Network

କିଛି ସମୟ କାନ୍ଦିବା ପରେ ସେ ଭୁଲ ନିଷ୍ପତ୍ତିି ନେଇଥିଲେ ବୋଲି ଜୋଶ ଜାଣି ପାରିବା ସହ ବିଲେଇକୁ ନେଇ ଘରକୁ ଫେରିଥିଲେ । କିଛି ଦିନ ବିଲେଇ ସହିତ ସମୟ ବିତାଇବା ପରେ ଧିରେ ଧିରେ ଠିକ୍‌ ହେବାକୁ ଲାଗିଥିଲେ ଜୋଶ ।

ସମ୍ବନ୍ଧିତ ଖବର