କେରଳରେ ନିପାହ ଭାଇରସ ସ୍ଥିତିର ସମୀକ୍ଷା କଲେ ଶ୍ରୀ ଜେ.ପି.ନଡ୍ଡା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ.ପି.ନଡ୍ଡା କେରଳରେ ନିପାହ ଭାଇରସ ମାମଲାରେ ବୃଦ୍ଧି ଏବଂ ଏହାଦ୍ୱାରା ଘଟୁଥିବା ମୃତ୍ୟୁ ସ୍ଥିତି ଉପରେ କଡା ନଜର ରଖିଛନ୍ତି । ମନ୍ତ୍ରଣାଳୟର ସଚିବ ସୁଶ୍ରୀ ପ୍ରୀତି ସୁଦାନ ଏବଂ ଆଇସିଏମଆରର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବଙ୍କ ସହ ସ୍ଥିତିର ସମୀକ୍ଷା କରିଥିଳେ ଓ ଏହାର ନିୟନ୍ତ୍ରଣ ତଥା ପ୍ରବନ୍ଧନରେ କେରଳକୁ ସବୁ ପ୍ରକାର ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଏକ ବହୁ ବିଶେଷଜ୍ଞ ଦଳ ବର୍ତ୍ତମାନ କେରଳରେ ପହଂଚିସାରିଛନ୍ତି ଏବଂ ଲଗାତାର ସ୍ଥିତିର ଅନୁଧ୍ୟାନ କରିବା ସହ ସମୀକ୍ଷା କରୁଛନ୍ତି  ।

ଏନସିଡିସି ଦଳ ପ୍ରଥମ ରୋଗୀର ମୃତ୍ୟୁ ଘଟିଥିବା ପେରାମ୍ବ୍ରାସ୍ଥିତ ଘରର ଅନୁଧ୍ୟାନ କରିଥିଲେ  । ଅନୁଧ୍ୟାନରୁ ଜଣାପଡିଥିଲା ଯେ ମ୍ୟତ୍ୟୁ ଘଟିଥିବା ରୋଗୀର ପରିବାରବର୍ଗ ଯେଉଁ କୁଅରୁ ପାଣି ବ୍ୟବହାର କରୁଥିଲେ ସେଥିରେ ବାଦୁଡିମାନେ ରହୁଥିଲେ । କିଛି ବାଦୁଡିମାନଙ୍କୁ ଧରାଯାଇ ସେମାନଙ୍କଠାରୁ ରୋଗ ବ୍ୟାପିବା ନେଇ ଥିବା ସନ୍ଦେହ ଯୋଗୁ ଲାବୋଟରୀ ପଠାଯାଇଥିଲା  । ଘଟଣାସ୍ଥଳରୁ ୬୦ ଭିନ୍ନ ଭିନ୍ନ ନମୂନା ଏକତ୍ର କରାଯାଇଛି ଏବଂ ସେଗୁଡିକୁ ପରୀକ୍ଷଣ ପାଇଁ ପଠାଯାଇଛି । ପ୍ରଥମ ରୋଗୀ ସହିତ ସଂସ୍ପର୍ଶରେ ଆସିଥିବା ଅନ୍ୟ ଦୁଇଜଣ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ନିପାହ ଭାଇରସ ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଥିଲା ବୋଲି ଜଣାପଡିଛି  ।

ମନ୍ତ୍ରଣାଳୟ ଏନସିଡିଡିର କୋଝିକୋଡ ଶାଖାରୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଦଳକୁ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ପଠାଇଛି  । ଏହି ଦଳ ରାଜ୍ୟସ୍ତରୀୟ ଦଳ ସହିତ ସହଯୋଗ କରୁଛି  । ବର୍ତ୍ତମାନ ପର୍ଯ୍ୟନ୍ତ ବି.ବି. ମେମୋରିଆଲ ଡାକ୍ତରଖାନା ଏବଂ କୋଝିକୋଡର ସରକାରୀ ମେଡିକାଲ କଲେଜ ତଥା ଏରନାକୁଲମସ୍ଥିତ ଅମୃତା ମେଡିକାଲ କଲେଜରେ ୭ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି  । କେନ୍ଦ୍ରୀୟ ସ୍ୱାସ୍ତ୍ୟ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ସୋସିଆଲ ମେଡିଆ ଜରିଆରେ ଆସୁଥିବା ବିଭିନ୍ନ ଗୁଜବ ଉପରେ ଧ୍ୟାନ ନ ଦିଅନ୍ତୁ ଏବଂ ଆତଙ୍କ ସୃଷ୍ଟି ନ କରନ୍ତୁ  ।

ସମ୍ବନ୍ଧିତ ଖବର