ଚକ୍ଷୁ ସୁରକ୍ଷା ଗଗଲ୍ସର ପୁର୍ନବ୍ୟବହାର, ବିଶୋଧନ ସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ବିପ୍‌ମେଣ୍ଟ୍ (ପିପିଇ) ଅଂଶ ଭାବେ ଗୋଟିଏ ଚଷମାକୁ (ଗଗଲ୍ସ) ଜଣେ ସ୍ବାସ୍ଥ୍ୟକର୍ମୀ ଅନ୍ୟୂନ ଛଅ ଥର ବ୍ୟବହାର କରି ପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ସ୍ବାବ ସଂଗ୍ରହ ବେଳେ କିଂବା କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାବେଳେ ସ୍ବାସ୍ଥ୍ୟକର୍ମୀମାନେ ଏହାକୁ ବ୍ୟବହାର କରିଥାଆନ୍ତି।

Image Source: Times Now

ମାର୍ଗଦର୍ଶିକାରେ କୁହାଯାଇଛି, ପ୍ରତି ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିବା ଗଗଲ୍ସ୍‌ ପ୍ରତିଥର ବ୍ୟବହାର ପରେ ବିଶୋଧନ କରାଯିବ। ବ୍ୟବହାରକାରୀ ଏହି ଗଗଲ୍‌ସ୍‌କୁ ବିଶୋଧନ କରି ପାଞ୍ଚ ଥର ବ୍ୟବହାର କରିପାରିବେ। ଏହି ହିସାବରେ ଗୋଟିଏ ଗଗଲ୍ସ୍‌କୁ ଅତି ବେଶୀରେ ଛଅ ଦିନ ଧରି ବ୍ୟବହାର କରିପାରିବେ। ସ୍ଥଳ ବିଶେଷରେ ଛଅ ଦିନ ଅବ୍ୟବହିତ ପୂର୍ବରୁ ଯଦି କୌଣସି ଗଗଲ୍ସ୍‌ର ସ୍ବଚ୍ଛତା କମିଯାଏ କି, ଗଗଲ୍ସ୍‌ ଭାଙ୍ଗିଯାଏ, ତେବେ ତାହାକୁ ବଦଳାଯାଇ ପାରିବ। କିନ୍ତୁ, ୧: ୬ ଅନୁପାତରେ ଗଗଲ୍ସ ଆବଣ୍ଟନ କରାଯିବ।

ଛଅ ଦିନରୁ ଅଧିକ ବ୍ୟବହାର କରାଯାଇଥିବା ଗଗଲ୍ସରେ ସଂକ୍ରମଣ ସମ୍ଭାବନା ଥାଏ ବୋଲି ଏହି ମାର୍ଗଦର୍ଶିକାରେ ଉପଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର