ଅନ୍ତର୍ଜାତୀୟ ନ୍ୟାୟାଳୟରେ କୁଳଭୂଷଣ ମାମଲାର ଶୁଣାଣି ଆରମ୍ଭ, ଯାଦବଙ୍କୁ ମୃତ୍ୟୁଦଣ୍ଡ ମାନବ ଅଧିକାରର ହନନ : ସାଲଭେ

ଦି ହେଗ୍‌ : ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଆଜି ଅନ୍ତର୍ଜାତୀୟ ନ୍ୟାୟାଳୟରେ ଶୁଣାଣି ଆରମ୍ଭ ହୋଇଛି । ଭାରତ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏହି ମାମଲା ଲଢୁଛନ୍ତି । ଏହି ମାମଲାରେ ନିଜର ଯୁକ୍ତି ରଖି ସାଲଭେ କହିଛନ୍ତି ଯେ କୁଳଭୂଷଣଙ୍କୁ କନସୁଲାର ଆକସେସ ବା ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ଭେଟିବାକୁ ଦିଆଯାଉନଥିବାରୁ ତାଙ୍କର ଗିରଫଦାରିକୁ ବେଆଇନ ଘୋଷଣା କରାଯାଉ । ତାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ମାନବ ଅଧିକାରର ହନନ, କାରଣ ତାଙ୍କୁ ନିଜର ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆଯାଇନାହିଁ । ଏପରିକି କେଉଁ ଅପରାଧରେ ତାଙ୍କୁ ଗିରଫ କରି ମୃତ୍ୟୁଦଣ୍ଡ ଦିଆଯାଇଛି ତାହା ଠିକ ଭାବେ ପାକିସ୍ତାନ ଜଣାଇପାରୁନାହିଁ ବୋଲି ସେ କହିଛନ୍ତି । ତାଙ୍କର ସ୍ୱୀକାରୋକ୍ତି କୁହାଯାଉଥିବା ଭିଡିଓ ଏକ ନକଲି ଭିଡିଓ ବୋଲି ସେ କହିଛନ୍ତି ।

ପାକିସ୍ତାନ ଆସନ୍ତା କାଲି ଅର୍ଥାତ ୧୯ ଫେବୃୟାରୀରେ ନିଜ ପକ୍ଷ ରଖିବ । ୨୦ ଫେବୃୟାରରେ ଦ୍ୱିତୀୟ ରାଉଣ୍ଡରେ ପାକିସ୍ତାନ ଦ୍ୱାରା ରଖାଯାଇଥିବା ପକ୍ଷ ଉପରେ ଭାରତ ଜବାବ ଦେବ । ସେଇଠି ପାକିସ୍ତାନକୁ ଏହି ଅବସର ୨୧ ଫେବୃୟାରୀରେ ମିଳିବ । କୁଳଭୂଷଣ ଯାଦବ ଭାରତୀୟ ନାଗରିକ । ପାକ୍ର ଗୁପ୍ତ ଏଜେନ୍ସି ଆଇଏସଆଇ ଯାଦବଙ୍କ ଅପହରଣ ଇରାନରୁ କରିଥିଲା । ପରେ ପାକିସ୍ତାନକୁ ମିଲିଟ୍ରି କୋର୍ଟ ତାଙ୍କୁ ଗୁପ୍ତଚର ଆଖ୍ୟା ଦେଇ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲା ।

ସମ୍ବନ୍ଧିତ ଖବର