ନୂଆଦିଲ୍ଲୀ: ଆଜି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଗତ ଜାନୁଆରି ୧୦ ତାରିଖରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଗତ ୨୦୧୭ ଡିସେମ୍ବର ମାସରୁ ଗିରଫ ହୋଇ ରାଞ୍ଚିର ବିରସା ମୁଣ୍ଡା ଜେଲରେ ରହୁଛନ୍ତି। ନିଜର ଖରାପ ସ୍ୱାସ୍ଥ୍ୟ,ବୟସାଧିକ୍ୟ ଦର୍ଶାଇ ଲାଲୁପ୍ରସାଦ ଯାଦବ ଜାମିନ ଲାଗି ଆବେଦନ କରିଥିଲେ। କିନ୍ତୁ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ଦେବାକୁ ମନା କରିଥିଲେ।
ଲାଲୁ ପ୍ରସାଦ ଯାଦବ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ ସେ ମଧୁମେହ, ହୃଦରୋଗ ଆଦି ରୋଗରେ ପୀଡ଼ିତ ଥିବା ହେତୁ ତାଙ୍କୁ ଜାମିନ ମିଳୁ।