ମନରୁ ଲିଭିନି ବନ୍ୟା ପ୍ରଭାବ; କେରଳରେ ପୁଣି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା

ତିରୁବନନ୍ତପୁରମ୍‌: ଗତ ଅଗଷ୍ଟ ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରୁ ବନ୍ୟା ହୋଇ କେରଳରେ ପ୍ରାୟ ୫୦୦ ଜନଜୀବନ ଯାଇଥିବା ବେଳେ ଏବେ ପୁଣି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ରାଜ୍ୟବାସୀଙ୍କ ଭିତରେ ଭୟର ଆତଙ୍କ ଖେଳାଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜାଣିବାକୁ ମିଳିଛି ଯେ କେରଳରେ ଆସନ୍ତା ୫ ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏ ନେଇ ଜିଲ୍ଲା ସ୍ତରୀୟ ସଚେତନତା ଜାରି କରାଯାଇଛି।

ଚଳିତ ମାସ ୯ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି କେରଳ ପାଣିପାଗ ବିଭାଗର ନିର୍ଦ୍ଦେଶକ କେ ସନ୍ତୋଷ ସୂଚନା ପ୍ରଦାନ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

କେରଳର ପଡ଼ୋଶୀ ରାଜ୍ୟ ତାମିଲନାଡୁ ଭୟରେ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି। ଅକ୍ଟୋବର ୭ ମଧ୍ୟରେ ତାମିଲ୍‌ନାଡୁର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବାର ସୂଚନା ରହିଛି।

ଦକ୍ଷିଣ ଆନ୍ତରିକ ଭାଗର ଦକ୍ଷିଣ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିବା ପରେ କର୍ଣ୍ଣାଟକ ସରକାର ମଧ୍ୟ ରାଜ୍ୟର ୧୮ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର