ମୁମ୍ବାଇରେ ଲଗାଣ ବର୍ଷା: ୧୦୮ ବିମାନ ଉଡ଼ାନ ବାତିଲ

0 1

ମୁମ୍ବାଇ: ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଠାରୁ ନିୟମିତ ଭାବରେ ବର୍ଷା ହେଉଥିବାରୁ ବୁଧବାର ୧୦୮ଟି ବିମାନର ଉଡ଼ାଣ ବାତିଲ କରି ଦିଆଯାଇଥିବା ଜଣାପଡ଼ିଛି। ବର୍ଷା ଯୋଗୁଁ ମୁମ୍ବାଇରେ ଲୋକାଲ ଟ୍ରେନ୍‌ ଚଳାଚଳରେ ବାଧା ପହଞ୍ଚିଛି। ଖୁସିର କଥା ଯେ, ବର୍ଷା ଯୋଗୁଁ କାହାରି ଧନ ଜୀବନ ନଷ୍ଟ ହୋଇ ନ ଥିବା ଜଣାପଡ଼ିଛି। ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ମୁମ୍ବାଇରେ ବୁଧବାର ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.