ନାଗାଲାଣ୍ଡ୍‌ରେ ପ୍ରବଳ ବର୍ଷା ୧୨ ମୃତ,  ୫,୦୦୦ ପରିବାର ବାସହରା

ଗୌହାଟି : କେରଳ ପରେ ଏବେ ନାଗାଲାଣ୍ଡ୍‌ରେ  ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି।    ନାଗାଲାଣ୍ଡ୍‌ରେ ଲଗାଣ ବର୍ଷା ହେତୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି ।  ୫ ହଜାରରୁ ଅଧିକ ପରିବାର ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ପ୍ରାୟ ୨ ହଜାର ଲୋକ ଆଶ୍ରୟ ସ୍ଥଳରେ ରହିଛନ୍ତି। ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି।   ନାଗାଲାଣ୍ଡ୍‌ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କମିସନର ଏବଂ ସଚିବ ଅଭିଷେକ ସିଂହ କହିଛନ୍ତି ଯେ ଭୂସ୍ଖଳନ ହେତୁ ରାଜ୍ୟରେ ଯୋଗାଯୋଗ ବିଚ୍ଛିନ ହୋଇଯାଇଛି।   ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମୀଣ ଅଞ୍ଚଳଗୁଡ଼ିକରେ ବାୟୁସେନା ବାହିନୀ ଦ୍ୱାରା ଖାଦ୍ୟ ପ୍ୟାକେଟ୍‌ ପକାଯାଉଛି। ଖିପ୍ରି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର