ତ୍ରିପୁରାରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି

ଅଗରତାଲା: ଗତ ଶୁକ୍ରବାରଠାରୁ ପ୍ରବଳ ବର୍ଷା ଯୋଗୁଁ ତ୍ରିପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୭୦୦ ଲୋକ ଘର ହରାଇଥିବା ବେଳେ ଅନେକ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ଉତ୍ତର ତ୍ରିପୁରା, ଉନାକୋଟି ଏବଂ ଢଲାଇ ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି। ଏଥିରେ ୧୦୩୯ଟି ଘର ଭାଙ୍ଗିଥିବା କହାଯାଇଛି। ଅନ୍ୟୁନ ୪୦ଟି ଉଦ୍ଧାରକାରୀ ବୋଟ୍‌କୁ ନିୟୋଜିତ କରାଯାଇ ପ୍ରଭାବିତ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ଅଣାଯାଉଛି।

ସମ୍ବନ୍ଧିତ ଖବର