ମୁମ୍ବାଇ: ଗୁରୁବାର ସକାଳୁ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ମୁଲୁନ୍ଦ, ଘଟକୋପାର, କୁର୍ଲା, ଦାଦର ଏବଂ ପାରେଲ୍ ଅନେକ ଜାଗାରେ ଉଲ୍ଲେଖନୀୟ ବର୍ଷା ହୋଇଛି।
ବର୍ଷା ଯୋଗୁଁ ସହରର ଅନେକ ଅଞ୍ଚଳରେ ପାଣି ଜମିଛି। ବିଶେଷକରି, ତଳି ଅଞ୍ଚଳ ସବୁରେ। ଖର୍ର କିଛି ଅଂଶ, ସିଓନ୍ ଏବଂ ଓ୍ଵର୍ଲିରେ ମଧ୍ୟ ଖୁବ୍ ବର୍ଷା ପାଣି ଜମିଛି।
ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ବୃଷ୍ଟିପାତ ରେକର୍ଡ କରାଯାଇଛି। ବିଏମ୍ସି ଅଟୋମେଟିକ୍ େଓ୍ଵଦର୍ ଷ୍ଟେସନ୍ରେ ରେକର୍ଡ ହୋଇଥିବା ବିଭିନ୍ନ ସ୍ଥାନରେ ବୃଷ୍ଟିର ପରିମାଣ ହେଉଛି: କୁର୍ଲା ୧୫ ମିଲିମିଟର୍, ଚେମ୍ବୁର୍ ୧୩ ମିଲିମିଟର୍, ଗୋରେଗାଓଁ ୨୬ ମିଲିମିଟର୍ ଏବଂ ମାଲାଡ୍ରେ ୧୮ ମିଲିମିଟର୍।
ଭାରତୀୟ ପାଣିପାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ମୁମ୍ବାଇ ସମେତ ମହାରାଷ୍ଟ୍ର ଉତ୍ତର ଉପକୂଳରେ ଜୁନ ୯ ରୁ ୧୨ ମଧ୍ୟରେ ଖୁବ୍ ବର୍ଷା ହୋଇ ପାରେ।
ମୁମ୍ବାଇରେ ମୌସୁମୀ ଆଗମନର ସ୍ୱାଭାବିକ ସମୟ ଜୁନ୍ ୧୦ ତାରିଖ ହୋଇଥିଲେ ମଧ୍ୟ ମୁମ୍ବାଇରେ ଆଗୁଆ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।