୩ ଦିନ ପାଇଁ ଦିଲ୍ଲୀକୁ ଭାରୀ ଯାନ ନିଷିଦ୍ଧ

ନୂଆଦିଲ୍ଲୀ: ଦୀପାବଳି ଉତ୍ସବ ପରେ ଦିଲ୍ଲୀ ପ୍ରଦୂଷଣ ସ୍ଥିତି ସାଂଘାତିକ ହୋଇ ପଡ଼ିଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଅତି ଉଦ୍‌ବେଗଜନକ ସ୍ତରକୁ ଛୁଇଁବା ପରେ ଗୁରୁବାର ରାତି ୧୧ଟାରୁ ଦିଲ୍ଲୀକୁ ଭାରୀଯାନ ପ୍ରବେଶ ନିଷିଦ୍ଧ କରାଯାଇଛି। ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଦ୍ବାରା ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଭାରୀଯାନ ନିଷିଦ୍ଧ ରହିବ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର