ସାବରିମାଲାରେ ଦୁଃଖଦ ଘଟଣା, ବିକ୍ଷୋଭକାରୀଙ୍କ ଆକ୍ରମଣ ଭୟରେ ୪୭ ବର୍ଷୀୟ ମହିଳା ସଂଜ୍ଞାହୀନ
ନୂଆଦିଲ୍ଲୀ : ସାବରିମାଲାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ବାଲାମ୍ବା ୪୭ ବର୍ଷୀୟ ମହିଳା ପାହାଡିଆ ରାସ୍ତାରେ ଦୀର୍ଘ ୪ କିଲୋମିଟର ଚାଲିବା ପରେ ଉଗ୍ର ବିକ୍ଷୋଭକାରୀଙ୍କ ସମ୍ମୁଖୀନ ହୋଇଛନ୍ତି । ତାଙ୍କୁ ବିକ୍ଷୋଭକାରୀମାନେ ଘେରିଯାଇ ତାଙ୍କୁ ତାଙ୍କ ପରିଚୟ ପତ୍ର ମାଗିଥିଲେ । ପରିଚୟ ପତ୍ରରେ ତାଙ୍କର ବୟସ ଜଣାପଡିବା ପରେ ତାଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସେ ଭୟଭୀତ ହୋଇ ସଂଜ୍ଞାହୀନ ହୋଇପଡିଯିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ପୂର୍ବାହ୍ନରେ ମଧ୍ୟ ଦୁଇଜଣ ମହିଳା ମନ୍ଦିର ଆଡକୁ ଯାଉଥିବାବେଳେ ସେମାନଙ୍କୁ ମଧ୍ୟ ବିକ୍ଷୋଭକାରୀମାନେ ଘଉଡାଇ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ମନ୍ଦିର ନିୟମ ଅନୁସାରେ ଯେ ପୂର୍ବରୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ସମଗ୍ର ଦକ୍ଷିଣ ଭାରତ ବିଶେଷକରି ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।