ନଡ଼ିଆ ଷଢ଼େଇ ପରେ ଏବେ ଅନ୍‌ଲାଇନ୍‌ ବିକ୍ରି ହେଲା ପ୍ଲାଷ୍ଟିକ୍‌ ବୋତଲରେ ତିଆରି ଚପଲ, ଦାମ୍‌ ରହିଛି ୧,୪୦୦ ଟଙ୍କା

ନୂଆଦିଲ୍ଲୀ : କିଛି ଦିନ ତଳେ ଆମାଜନ୍‌ରେ ନଡ଼ିଆ ଷଢ଼େଇ ବିକ୍ରି ହେବାକୁ ନେଇ ଚର୍ଚ୍ଚା ହୋଇଥିଲା। ଭାରତରେ ନଡ଼ିଆ ଖାଇବା ପରେ ତା’ର ଷଢ଼େଇକୁ ଫିଙ୍ଗି ଦେଉଥିବା ବେଳେ କିଛି ଲୋକ ଏହାକୁ ଅନ୍‌ଲାଇନ୍‌ ୧,୪୦୦ଟଙ୍କାରେ ବିକ୍ରି କରିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଷଢ଼େଇର ଦାମ୍‌ ୩ ହଜାର ଟଙ୍କା ଥିବା ପରେ ୫୫ପ୍ରତିଶତ ରିହାତି ରଖା ଯାଇ ଏହାକୁ ୧,୩୬୫ଟଙ୍କାରେ ବିକ୍ରି କରା ଯାଉଥିବା ଦେଖା ଯାଇଥିଲା । ଏବେ ପୁଣି ସେଭଳି ଏକ ଦୃଶ୍ୟ ଅନ୍‌ଲାଇନ୍‌ ସାଇଟ୍‌ରେ ଦେଖିବାକୁ ମିଳିଛି ।

indiatimes.com

ସୂଚନା ମୁତାବକ, ନିଉଜିଲାଣ୍ଡର ଜଣେ ମହିଳା ପ୍ଲାଷ୍ଟିକ୍‌ ବୋତଲରେ ଚପଲ ତିଆରି କରିବା ସହ ଏହାକୁ ୧,୪୦୦ଟଙ୍କାରେ ଅନ୍‌ଲାଇନ୍‌ ବିକ୍ରି କରୁଛନ୍ତିି । ମହିଳା ଜଣଙ୍କ ପ୍ଲାଷ୍ଟିକ୍‌ ବୋତଲକୁ ଚେପା କରି ସେଥିରେ ପ୍ଲାଷ୍ଟିକ ଫିତା ଲଗାଇଥିବା ଦେଖାଯାଇଛି । ଏଭଳି କିଛି ଚପଲ ତିଆରି କରିବା ସହ ତା’ର ଫଟୋ ଉଠାଇ ବିକ୍ରି ପାଇଁ ସେ ଫେସ୍‌ବୁକ୍‌ରେ ଛାଡ଼ିଥିବା ଦେଖା ଯାଇଛି । ଏହା ସହ ଚପଲର ଦାମ୍‌ ରହିଛି ୧,୪୨୩ଟଙ୍କା। ଦାମ୍‌ ଦେଖି ସୋସିଆଲ ମିଡିଆରେ ମହିଳାଙ୍କୁ ଲୋକମାନେ ଥଟ୍ଟା କରିବା ଆରମ୍ଭ କରିଛନ୍ତି । କିଛି ଲୋକ ଦୁନିଆରେ ଲୋକଙ୍କ ପାଖରେ କିଛି କାମ ନାହିଁ ବୋଲି କହିଥିବା ବେଳେ କିଛି ମହିଳାଙ୍କୁ ପାଗଳ ବୋଲି କହିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର