ନୂଆଦିଲ୍ଲୀ : ନୂଆ ମୋଟରଯାନ ଆଇନ ଲାଗୁ ହେବା ପରଠାରୁ ଦେଶରେ ଟ୍ରାଫିକ ନିୟମକୁ ନେଇ ଲୋକେ ସଚେତନ ହେବାରେ ଲାଗିଛନ୍ତି । ନିୟମ ଉଲ୍ଲଂଘନ କଲେ ଲାଗୁଥିବା ଜରିମାନାକୁ ଡ଼ରି ଲୋକେ ନିଜ ସହ ଗାଡ଼ିର ଜରୁରୀ କାଗଜପତ୍ର ଧରି ଯିବା ଆସିବା କରୁଛନ୍ତି । କିନ୍ତୁ ଏ ମଧ୍ୟରେ କିଛି ଟ୍ରାଫିକ ପୁଲିସ କରୁଥିବା ଭୁଲ ସମସ୍ତଙ୍କ ଆଲୋଚନାର ବିଷୟ ପାଲଟିଛି ।
ପୂର୍ବରୁ କାର୍ରେ ହେଲ୍ମେଟ ପିନ୍ଧି ନଥିବାରୁ ଜଣେ ଚାଳକଙ୍କ ଚାଲାଣ କଟିଥିବା ବେଳେ ଏବେ ଆଉ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ କ୍ୟାବ୍ ଚାଳକ ନିଜ ଗାଡ଼ିରେ କଣ୍ଡୋମ ରଖି ନଥିବାରୁ ତାଙ୍କର ଚାଲାଣ କଟିଥିବା ଜଣା ପଡ଼ିଛି ।
/sambad/media/post_attachments/5f22ba12f99cba1042e5645b95617a9d963c0d2bcb1a891f294992c309b30a01.jpg)
ଚାଳକ ଧର୍ମେନ୍ଦ୍ରଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ନେଲ୍ସନ୍ ମଣ୍ଡେଲା ମାର୍ଗରେ ନିଜ କ୍ୟାବ ଧରି ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଟ୍ରାଫିକ ପୁଲିସ ଅଟକାଇ ଦେଇଥିଲେ । ଗାଡ଼ିର ସମସ୍ତ କାଗଜପତ୍ର ମାଗିବା ପରେ ଧର୍ମେନ୍ଦ୍ର ସବୁ ଦେଖାଇଥିଲେ । ଏମିତି କି ଗାଡ଼ିରେ ଔଷଧ ବକ୍ସ ଅଛି କି ନାହିଁ ବୋଲି ମଧ୍ୟ ଦେଖିଥିଲେ ଟ୍ରାଫିକ ପୁଲିସ । ସବୁ ଥିଲେ ମଧ୍ୟ ନିଜ ଗାଡ଼ିରେ କଣ୍ଡୋମ ରଖି ନଥିବାରୁ ଟ୍ରାଫିକ ପୁଲିସ ତାଙ୍କାର ଚାଲାଣ କାଟିଥିଲେ । ଧର୍ମେନ୍ଦ୍ରଙ୍କ ସହ ଏଭଳି ଘଟିବା ପରେ ଦିଲ୍ଲୀରେ ଏବେ ଅନେକ କ୍ୟାବ୍ ଚାଳକ ନିଜ ସହ କଣ୍ଡୋମ ନେଇ ଯାତ୍ରା କରୁଥିବା ଜଣା ପଡ଼ିଛି ।