ଝଡ଼ ତୋଫାନ ଆଶଙ୍କା, ଉତ୍ତର ଭାରତରେ ହାଇଆଲର୍ଟ

ଲକ୍ଷ୍ନୌ: ଝଡ଼ତୋଫାନ ହେତୁ ଗତ ଶୁକ୍ରବାର ସନ୍ଧ୍ୟାରେ ୟୁପି, ଉତ୍ତରାଖଣ୍ଡ ଏବଂ କୋଲକାତାରେ ସମୁଦାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପାଣିପାଗ ବିଭାଗ ପକ୍ଷରୁ ସଦ୍ୟ ସତର୍କ ସୂଚନା ଜାରି କରାଯାଇ କୁହାଯାଇଛି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ୟୁପିର ୧୩ ଜିଲ୍ଲାରେ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ବନ୍ଦା, ଚିତ୍ରକୁଟ, ଫତେପୁର,ହାର୍ଦ୍ଦୋଇ, ଶାହଜାହନପୁର, ପିଲିଭିଟ୍‌, ବରେଲି, ରାମପୁର, ମୋରାଦାବାଦ୍‌, ମିରଟ, ବିଜନୋର, ମୁଜାଫରନଗର ଏବଂ ଶାହରନପୁରରେ ସମସ୍ତ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି। ରାଜ୍ୟର କେତେକ ଅଂଚଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୁତ୍ରରୁ କୁହାଯାଇଛି। ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର