ବିଜେପି ‘ରଥଯାତ୍ରା’କୁ ହାଇକୋର୍ଟଙ୍କ ଅନୁମତି ମିଳିଲାନି

କୋଲ୍‌କାତା: ବିଜେପି ପକ୍ଷରୁ ପଶ୍ଚିମବଙ୍ଗ‌ରେ ହେବାକୁ ଥିବା ‘ରଥଯାତ୍ରା’ ଜନସମାବେଶ ପାଇଁ ହାଇକୋର୍ଟ ଅନୁମତି ଦେଇନାହାନ୍ତି। ଏହାଦ୍ବାରା ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଘଟଣା ଘଟିପାରେ ବୋଲି ରାଜ୍ୟ ସରକାର କହିବା ପରେ ହାଇକୋର୍ଟ ଏଥିପାଇଁ ମଞ୍ଜୁରି ଦେଇନାହାନ୍ତି। ଏହାକୁ ନେଇ ରାଜ୍ୟ ବିଜେପି ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷ‌ରେ ବିଜେପିର ‘ରଥଯାତ୍ରା’ ବାବଦରେ ଡିସେମ୍ବର ୨୧ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ରାଜ୍ୟର ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯ ଜାନୁଆରିରେ ହେବ।

ସମ୍ବନ୍ଧିତ ଖବର